Advertisment

କଟକ-ଭୁବନେଶ୍ୱରରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମହାମାୟାଙ୍କ ସପ୍ତମୀ ପୂଜା। ରାତି ପାହିଲେ ଅଷ୍ଟମୀ ପୂଜା ହେବ। ଏଥିପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟାପକ ଗ୍ରହଣ କରାଯାଇଛି। ତେବେ ଚଳିତବର୍ଷ ପୂଜାକୁ ରଙ୍ଗୀନ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକରେ ରାତି ୧୦ଟା ପରିବର୍ତ୍ତେ ୧୨ଟା ଯାଏ ଚାଲିବ ମେଲୋଡି ଓ ଡ୍ୟାନ୍ସ। ଏହାସହ ଲାଉଡ ସ୍ପିକର୍ ରାତି ୧୨ଟା ଯାଏ ମଧ୍ୟ ବାଜି ପାରିବ। ଏନେଇ ଆଜି ଦ୍ୱୈତନଗରୀ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ […]

ଅଦ୍ୟତନ ହୋଇଛି
କଟକ-ଭୁବନେଶ୍ୱରରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି

melodi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମହାମାୟାଙ୍କ ସପ୍ତମୀ ପୂଜା। ରାତି ପାହିଲେ ଅଷ୍ଟମୀ ପୂଜା ହେବ। ଏଥିପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟାପକ ଗ୍ରହଣ କରାଯାଇଛି। ତେବେ ଚଳିତବର୍ଷ ପୂଜାକୁ ରଙ୍ଗୀନ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକରେ ରାତି ୧୦ଟା ପରିବର୍ତ୍ତେ ୧୨ଟା ଯାଏ ଚାଲିବ ମେଲୋଡି ଓ ଡ୍ୟାନ୍ସ। ଏହାସହ ଲାଉଡ ସ୍ପିକର୍ ରାତି ୧୨ଟା ଯାଏ ମଧ୍ୟ ବାଜି ପାରିବ। ଏନେଇ ଆଜି ଦ୍ୱୈତନଗରୀ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Advertisment

ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ୩୦ ପ୍ଲାଟୁନ୍‌ ଓ କଟକରେ ୬୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାଛଡ଼ା ଭୁବନେଶ୍ୱରରେ ୨୦୦୦ରୁ ଅଧିକ ସ୍ପଶାଲ୍‌ ପୁଲିସ ଅଫିସର ମୁତୟନ ହୋଇଛନ୍ତି। ପୂଜା ସମୟରେ ସହର ଭିତରେ ଭାରୀଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଚଳିତବର୍ଷ ଭୁବନେଶ୍ୱରରେ ୫ଟି ଜାଗାରେ ରାବଣ ପୋଡ଼ି ଆୟୋଜନ କରାଯିବ।

ସୂଚନାରୁ ପ୍ରକାଶ, ପୂର୍ବରୁ ରାତି ୧୦ଟା ଯାଏ ମେଲୋଡି ଓ ଲାଉଡ ସ୍ପିକର୍ ବଜାଇବା ନିୟମ ଥିଲା। ଶାରଦୀୟ ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe