Advertisment

ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅଫିସରେ ଦିଆଯିବ କରୋନା ଟିକା। କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କୋଭିଡ୍ ଭ୍ୟାକସିନ ଦିଆଯିବ। ଆସନ୍ତା ୬ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ। ପ୍ରଥମ ଫେଜରେ ଗୃହ ଓ ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଟିକା ଦିଆଯିବ। ୩ ସପ୍ତାହ ମଧ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।  ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଜଣଙ୍କ ଡାଟା ବେସ୍ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଫିସରେ ଦିଆଯିବ କରୋନା ଟିକା

covid-vaccine

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅଫିସରେ ଦିଆଯିବ କରୋନା ଟିକା। କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କୋଭିଡ୍ ଭ୍ୟାକସିନ ଦିଆଯିବ। ଆସନ୍ତା ୬ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ। ପ୍ରଥମ ଫେଜରେ ଗୃହ ଓ ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଟିକା ଦିଆଯିବ।

Advertisment

୩ ସପ୍ତାହ ମଧ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।  ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଜଣଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି। ଚିହ୍ନଟ ପରେ ସେମାନଙ୍କୁ ସେମାନଙ୍କ ଅଫିସରେ ଟିକା ଦିଆଯିବ।

ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଓ ୮୩ ବଜାର ୫ ଶହ କୋଭାକ୍ସିନ ଟିକା ଆସିଛି।  ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟୀକା ଦିଆଯାଇଛି।  ଯାହା ୬୨ ପ୍ରତିଶତ। ୧୦ ତାରିଖ ଭିତରେ ପ୍ରଥମ ଫେଜ ଟିକାକରଣ ସାରିବାରୁ ଲକ୍ଷ୍ୟ ରଖାଯାଇଛି।  ଫେବ୍ରୁଆରୀ ୧୫ରୁ ଦ୍ୱିତୀୟ ଫେଜ୍ ଡୋଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Advertisment
Covid Vaccine