Advertisment

ରସିକିଆ ନକଲି ଡାକ୍ତର, ସାଜିଥିଲେ ୧୪ ମହିଳାଙ୍କ ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ । ତଥାପି  ସାଜିଥିଲେ ୧୪ ଉଚ୍ଚଶିକ୍ଷିତା ମହିଳାଙ୍କ ସ୍ୱାମୀ। ବୟସ ୬୦ ପାର୍‌ କରି ସାରିଥିବା ବେଳେ ଏ ଯାବତ ନକଲି ଡାକ୍ତରଙ୍କ ପତ୍ନୀଙ୍କ ସଂଖ୍ୟା ୧୪ ଛୁଇଁଥିବା ଜଣାଯାଇଛି। ଏପରି ଜଣେ ପୋଖତ ଓ ପେସାଦାର ଠକ ବିଭୁ ପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍‌। ଏପରି ଠକ ଠକ ମହାଠକଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ […]

author-image
Niharika Rout
ଅଦ୍ୟତନ ହୋଇଛି
ରସିକିଆ ନକଲି ଡାକ୍ତର, ସାଜିଥିଲେ ୧୪ ମହିଳାଙ୍କ ସ୍ୱାମୀ

fake doctor

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ । ତଥାପି  ସାଜିଥିଲେ ୧୪ ଉଚ୍ଚଶିକ୍ଷିତା ମହିଳାଙ୍କ ସ୍ୱାମୀ। ବୟସ ୬୦ ପାର୍‌ କରି ସାରିଥିବା ବେଳେ ଏ ଯାବତ ନକଲି ଡାକ୍ତରଙ୍କ ପତ୍ନୀଙ୍କ ସଂଖ୍ୟା ୧୪ ଛୁଇଁଥିବା ଜଣାଯାଇଛି। ଏପରି ଜଣେ ପୋଖତ ଓ ପେସାଦାର ଠକ ବିଭୁ ପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍‌।

Advertisment

ଏପରି ଠକ ଠକ ମହାଠକଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି,  ଏହି ମହାଠକଜଣକ ନିଜକୁ ଡାକ୍ତର ବୋଲି କହି ୧୪ ଜଣଙ୍କୁ ବାହାହୋଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ପରିଚୟ ମିଳିଥିବା ବେଳେ ସେମାନେ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି।  ଏହି ମହିଳାମାନେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ଉଚ୍ଚପଦରେ ଥିଲେ।  ବିଭୁ ପ୍ରକାଶ ସ୍ୱାଇଁ ମୁଖ୍ୟତଃ ମାଟ୍ରିମୋନିଆଲ ସାଇଟ୍‌ରେ ମଧ୍ୟବୟସ୍କା ଓ  ଏକୁଟିଆ ରହୁଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ। ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ତ କେତେବେଳେ ଡାକ୍ତର କହି ଫସାଉଥିଲେ ।  ଏପରିକି ନାଁ ବଦଳାଇ ପକାଉଥିଲେ ହାତ ଗଣ୍ଠି  ।

ପ୍ରକାଶ ପ୍ରଥମ ବିବାହ ୧୯୮୨ ମସିହାରେ କରିଥିବା ବେଳେ ଏହାର ୨୦ ବର୍ଷ ପରେ ଅର୍ଥାତ  ୨୦୦୨ ମସିହାରେ ଦ୍ୱିତୀୟ ବିବାହ କରିଥିଲେ । ଏହାପରେ ଆଖି ପିଛୁଳାକେ ବିଭୁଙ୍କ ପତ୍ନୀଙ୍କ ତାଲିକା ହଠାତ୍‌ ବଢ଼ି ୧୪ ଛୁଇଁଲା । ଠକକୁ ଗିରଫ କରିବା ପରେ କାହାଠୁ କେତେ ଟଙ୍କା ନେଇଛି ସେ ସମ୍ପର୍କରେ ଖୋଲତାଡ଼ ପାଇଁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

Advertisment