Advertisment

କ୍ୟାନ୍ସର ରୋଗୀଙ୍କ ନାଁରେ ଜାଲ୍‌ ଫୋନ୍‌-ପେ ନମ୍ବର ଦେଇ ମାରିନେଲେ ସହାୟତା ଟଙ୍କା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରୋଗଶଯ୍ୟାରେ ପଡ଼ି ଅନ୍ୟକୁ ସହାୟତା ମାଗୁଥିବା ଲୋକଙ୍କ ନାଁରେ ବି ହେଉଛି ସାଇବର ଠକେଇ। କ୍ୟାନସର ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କୁ ସହାୟତା ପାଇଁ ଫେସବୁକ୍‌ରେ ବୁଲୁଛି ପୋଷ୍ଟର। ହେଲେ ସେହି ପୋଷ୍ଟରେ ନିଜ ଫୋନ୍‌-ପେ ନମ୍ବର ଓ ୟୁଆର କୋଡ ଦେଇ ଟଙ୍କା ହାତେଇବାରେ ଲାଗିଛନ୍ତି ଠକ ଯୁବକ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହରରେ ସାମନାକୁ ଆସିଛି। ଟଙ୍କା ଲୋଭ ଆଗରେ ମରିଗଲାଣି ମାନବିକତା। ମୃତ୍ୟୁ ମୁଖରେ ପଡ଼ିଥିବା ଲୋକକୁ ବଞ୍ଚାଇବା […]

ଅଦ୍ୟତନ ହୋଇଛି
କ୍ୟାନ୍ସର ରୋଗୀଙ୍କ ନାଁରେ ଜାଲ୍‌ ଫୋନ୍‌-ପେ ନମ୍ବର ଦେଇ ମାରିନେଲେ ସହାୟତା ଟଙ୍କା

pic

Advertisment

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରୋଗଶଯ୍ୟାରେ ପଡ଼ି ଅନ୍ୟକୁ ସହାୟତା ମାଗୁଥିବା ଲୋକଙ୍କ ନାଁରେ ବି ହେଉଛି ସାଇବର ଠକେଇ। କ୍ୟାନସର ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କୁ ସହାୟତା ପାଇଁ ଫେସବୁକ୍‌ରେ ବୁଲୁଛି ପୋଷ୍ଟର। ହେଲେ ସେହି ପୋଷ୍ଟରେ ନିଜ ଫୋନ୍‌-ପେ ନମ୍ବର ଓ ୟୁଆର କୋଡ ଦେଇ ଟଙ୍କା ହାତେଇବାରେ ଲାଗିଛନ୍ତି ଠକ ଯୁବକ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହରରେ ସାମନାକୁ ଆସିଛି।

Advertisment

ଟଙ୍କା ଲୋଭ ଆଗରେ ମରିଗଲାଣି ମାନବିକତା। ମୃତ୍ୟୁ ମୁଖରେ ପଡ଼ିଥିବା ଲୋକକୁ ବଞ୍ଚାଇବା ପାଇଁ ଆଦାୟ ହେଉଥିବା ଅର୍ଥକୁ ବି ବାଟମରଣା କରି ନେଇଗଲେ। ଏନେଇ ବଲାଙ୍ଗିର ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ବଲାଙ୍ଗିର ସହରର ଠିକାଦାରପଡ଼ାର ସମାଜସେବୀ ରାଜା ଜାଲ ବୋନ୍ ମାରୋ କ୍ୟାନସରରେ ପୀଡ଼ିତ ହୋଇଛନ୍ତି। ରାଜା ସମ୍ପୂର୍ଣ୍ଣ ସୁସ୍ଥ ହେବା ନିମନ୍ତେ ୧୮ରୁ  ୨୦ ଲକ୍ଷ ଆବଶ୍ୟକ।  ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ କିଛି ସଂଗଠନ ତାଙ୍କ ପାଇଁ କ୍ରାଉଡ ଫଣ୍ଡିଂ କରି ଅର୍ଥ ଯୋଗାଡ଼ କରୁଛନ୍ତି। ଏଥିପାଇଁ ସୋଶାଲ ମିଡିଆରେ ରାଜା ଜାଲଙ୍କ ଆକାଉଣ୍ଟ ନମ୍ବର ଦିଆଯାଇ ‘ସେଭ ରାଜା ଜାଲ୍‌’ ନାମରେ ପୋଷ୍ଟ କରାଯାଇ ସହାୟତା ପାଇଁ ବିଭିନ୍ନ ଲୋକଙ୍କୁ ନିବେଦନ କରାଯାଉଛି। ଏହି ପୋଷ୍ଟ ଜରିଆରେ ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଯୋଗାଡ଼ ହୋଇ ସାରିଲାଣି।

Advertisment

[caption id="attachment_769750" align="aligncenter" width="650"]neha ରାଜାଙ୍କ ସହାୟତା ପାଇଁ ନେହା ପଣ୍ଡା ଆଇଡିରେ ବୁଲୁଥିବା ଫେକ୍‌ ପୋଷ୍ଟ ।[/caption]

ତେବେ ଏହାକୁ ମୌକା ବୋଲି ଭାବି କଳାହାଣ୍ଡିର ସଂଭ୍ରାନ୍ତ କୁମାର ମୁଣ୍ଡ ନାମକ ଜଣେ ବ୍ୟକ୍ତି ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ରାଜାଙ୍କ ନାଁରେ ଅର୍ଥ ସଂଗ୍ରହରେ ଲାଗି ପଡ଼ିଛନ୍ତି। ରାଜାଙ୍କ ନିମନ୍ତେ ହୋଇଥିବା ପୋଷ୍ଟକୁ ସେ ନିଜ ସୋଶାଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ସେଥିରେ କରିଛନ୍ତି ଚାଲାକି।

ରାଜାଙ୍କ ପୋଷ୍ଟରେ ସେ ନିଜ ଫୋନ-ପେ ନମ୍ବର ସହ ୟୁଆର କୋଡକୁ ଲଗାଇ ଦେଇଛି। ଏଥିସହ ନେହା ପଣ୍ଡା ନାଁରେ ଏକ ଫେକ୍‌ ଆଇଡି ତିଆରି କରି ଟଙ୍କା ହରିଲୁଟ କରୁଛନ୍ତି। ଫୋନ୍‌ କରି ପଚାରିଲେ କେତେବେଳେ ନିଜକୁ ରାଜା ଜାଲ ତଥା କେତେବେଳେ ନିଜକୁ ରାଜା ଜାଲର ଭାଇ ବୋଲି କହୁଛନ୍ତି। ଏପରି ଜାଲିଆତି କରି ସେ ଏଯାବତ କେତେ ଟଙ୍କା ରୋଜଗାର କଲେଣି ତାହା ସ୍ପଷ୍ଟ ହୋଇନି ।

ଏହା ଦୃଷ୍ଟିକୁ ଆସିବା ପରେ କିଛି ସମାଜସେବୀ ବଲାଙ୍ଗିର ସାଇବର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସଂଭ୍ରାନ୍ତଙ୍କୁ ଗିରଫ କରାଯାଇ ନାହିଁ।

ମୃତ୍ୟୁମୁଖରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଯୋଗାଡ଼ ଅର୍ଥକୁ ବି ଲୁଟ୍‌ କରିନେବା ଘଟଣାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ସାଧାରଣ ଲୋକେ। ଏପରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe