guru-keluchara-mohapatra
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସୃଜନ’ ପକ୍ଷରୁ ଆୟୋଜିତ ଓମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ତୃତୀୟ ସଂଧ୍ୟା। ସଙ୍ଗୀତ ଓ ବାଦ୍ୟର ଅପୂର୍ବ ମିଳନରେ ସନ୍ଧ୍ୟା ହୋଇଥିଲା ମୁଖରିତ।
ପ୍ରଗତିଶୀଳ ସମକାଳୀନ କର୍ଣ୍ଣାଟକୀ ସଙ୍ଗୀତ ଉପରେ ଆଧାରିତ ଅଗମ ମ୍ୟୁଜିକାଲ୍ ବ୍ୟାଣ୍ଡର ଫ୍ୟୁଜନ୍ ପରିବେଷଣ ଅତି ଚମତ୍କାର ଥିଲା। ଦକ୍ଷିଣ ଭାରତର ଶାସ୍ତ୍ରୀୟ ସଙ୍ଗୀତକୁ ନୂଆ ଓ ଆଧୁନିକ ଶୈଳୀରେ ଦର୍ଶକମାନଙ୍କ ଆଗରେ ଉପସ୍ଥାପିତ କରିଥିଲା ଏହି ବ୍ୟାଣ୍ଡ।
ଅଗମ ମ୍ୟୁଜିକାଲ୍ ବ୍ୟାଣ୍ଡର ଶିଳ୍ପୀମାନଙ୍କ ମଧ୍ୟରେ ଥିଲେ କଣ୍ଠ ଓ ବେହେଲାରେ ହରିଶ, ଶିବ ରାମକୃଷ୍ଣନ, କି-ବୋର୍ଡରେ ସ୍ୱାମୀ ସୀତାରମଣ, ଗିଟାରରେ ଟି ପ୍ରବୀନ କୁମାର ଓ ଆଦିତ୍ୟ କଶ୍ୟପ, ଶିବକୁମାର ନାର୍ଗାଜୁନ, ଜଗଦୀଶ ନଟରାଜନ ଓ ଡ୍ରମରେ ଯଦୁନାନନ୍ଦନ।
ଆଜିର ଉତ୍ସବରେ ଅତିଥି ଥିଲେ ଓଡ଼ିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଏସ୍ବିଆଇ ବ୍ୟାଙ୍କର ମହା ପରିଚାଳିକା ପ୍ରଭିନା କଲା ଓ ସୃଜନର ନିଦ୍ଦେର୍ଶକ ଗୁରୁ ରତିକାନ୍ତ ମହାପାତ୍ର।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଓ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/guru-keluchara-mohapatra.jpg)