ଓଡ଼ିଶାର ୩ଟି ଐତିହ୍ୟ ସ୍ଥଳୀରେ ଝଲସିଲା ଜି-୨୦ ଲୋଗୋ

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ୱ ଡିସେମ୍ବର ୧ରୁ ଭାରତକୁ ମିଳିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜି-୨୦ ରାଷ୍ଟ୍ରଗୋଷ୍ଠୀର ବିଭିନ୍ନ ସମ୍ମିଳନୀ ଦେଶର ଭିନ୍ନ ଭିନ୍ନ ପ୍ରମୁଖ ସ୍ଥାନରେ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରସିଦ୍ଧ ଐତିହ୍ୟସ୍ଥଳୀ କୋଣାର୍କରେ ମଧ୍ୟ ଏହି ବୈଠକ ହେବାର ସମ୍ଭାବନା ରହିଛି । ଇତିମଧ୍ୟରେ ଓଡ଼ିଶାର ୩ଟି ଐତିହ୍ୟ ସ୍ଥଳୀ ସମେତ ଦେଶର ୧୦୦ଟି ପ୍ରସିଦ୍ଧ ପ୍ରସିଦ୍ଧ ଐତିହ୍ୟସ୍ଥଳୀରେ […]

g-20

Ordigital Desk
  • Published: Monday, 05 December 2022
  • , Updated: 05 December 2022, 10:44 PM IST

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ୱ ଡିସେମ୍ବର ୧ରୁ ଭାରତକୁ ମିଳିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜି-୨୦ ରାଷ୍ଟ୍ରଗୋଷ୍ଠୀର ବିଭିନ୍ନ ସମ୍ମିଳନୀ ଦେଶର ଭିନ୍ନ ଭିନ୍ନ ପ୍ରମୁଖ ସ୍ଥାନରେ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରସିଦ୍ଧ ଐତିହ୍ୟସ୍ଥଳୀ କୋଣାର୍କରେ ମଧ୍ୟ ଏହି ବୈଠକ ହେବାର ସମ୍ଭାବନା ରହିଛି । ଇତିମଧ୍ୟରେ ଓଡ଼ିଶାର ୩ଟି ଐତିହ୍ୟ ସ୍ଥଳୀ ସମେତ ଦେଶର ୧୦୦ଟି ପ୍ରସିଦ୍ଧ ପ୍ରସିଦ୍ଧ ଐତିହ୍ୟସ୍ଥଳୀରେ ଝଲସିଛି ଜି-୨୦ ଲୋଗୋ।

ପ୍ରଧାନମନ୍ତ୍ରୀ ଆଜି ଡାକିଥିବା ଏହି ବୈଠକରେ ସାମିଲ ହେବାକୁ ନୂଆଦିଲ୍ଲୀ ଯାଇଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଜି-୨୦ ରାଷ୍ଟ୍ରର ଅଧ୍ୟକ୍ଷତା ଭାରତକୁ ମିଳିଥିବାରୁ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକ ଡାକିଛନ୍ତି । ସେହି ବୈଠକରେ ସେ ଯୋଗ ଦେବେ । ଜି-୨୦ ରାଷ୍ଟ୍ରର ବିଭିନ୍ନ ବୈଠକ ସଂକ୍ରାନ୍ତ ଏଜେଣ୍ଡାରେ କୋଣାର୍କ ସ୍ଥାନ ପାଇଥାଇପାରେ ବୋଲି ସେ କହିଛନ୍ତି।

ତେବେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଓଡ଼ିଶାର ୩ଟି ପ୍ରମୁଖ ଐତିହ୍ୟ ସ୍ଥଳୀକୁ ଜି-୨୦ ରାଷ୍ଟ୍ରର ଲୋଗୋ ଥିବା ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଡିସେମ୍ବର ୧ରୁ ୭ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନଗୁଡ଼ିକ ଆଲୋକମାଳାରେ ଜି-୨୦ ଲୋଗୋ ଦ୍ୱାରା ଝଲସିବ । ଦେଶର ୧୦୦ଟି ପ୍ରମୁଖ ଐତିହ୍ୟ ସ୍ଥଳୀକୁ ଏଥିପାଇଁ ଚିହ୍ନଟ କରାଯାଇଛି । ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରିରେ ଥିବା ପୁରାତନ ଗୁମ୍ଫା ଏବଂ ଭୁବନେଶ୍ୱରର ରାଜାରାଣୀ ମନ୍ଦିରକୁ ଜି-୨୦ ଲୋଗୋ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଅନ୍ୟପକ୍ଷରେ କୋଣାର୍କକୁ ଜି-୨୦ ରାଷ୍ଟ୍ରଗୋଷ୍ଠୀଙ୍କ ସମ୍ମିଳନୀ(ରାଷ୍ଟ୍ରାଧ୍ୟକ୍ଷଙ୍କ ସମ୍ମିଳନୀ ନୁହେଁ) ସ୍ଥଳ ନିମନ୍ତେ ଏଜେଣ୍ଡାରେ ସାମିଲ କରାଯାଇଥିଲେ ମଧ୍ୟ ସେନେଇ କୌଣସି ଚୂଡ଼ାନ୍ତ ସୂଚନା ଓଡ଼ିଶା ସରକାରଙ୍କୁ ଦିଆଯାଇନଥିବା ଜଣାପଡ଼ିଛି।

Related story