boudh
ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନସିଂହପୁରସ୍ଥିତ ସାଧୁଚରଣ ଉଚ୍ଚବିଦ୍ୟାଳୟ ପଡ଼ିଆରେ ତୃତୀୟ ଗଡ଼ଜାତ ଲୋକ ମହୋତ୍ସବ ଗତକାଲି ଉଦ୍ଘାଟିତ ହୋଇ ଯାଇଛି। ପ୍ରଥମେ ବିରାମଚନ୍ଦ୍ରପୁରର ସୁବର୍ଣ୍ଣମେରୁ ମହାଦେବ ମନ୍ଦିରଠାରୁ ମଶାଲ୍ ଶୋଭାଯାତ୍ରା ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ପରେ ମହୋତ୍ସବର ଶୁଭ ଉଦ୍ଘାଟନ ହୋଇଥିଲା।
ଏହି ଅବସରରେ ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ, ଭବାନୀପାଟଣାର ଢ଼ାପ ନୃତ୍ୟ, ବାରିପଦା ଗୋକୁଳା ଚନ୍ଦ୍ର ଛଉ ନୃତ୍ୟ ପ୍ରତିଷ୍ଠାନର ଛଉ ଓ ଝୁମେର୍, ବଲାଙ୍ଗିର ବାଙ୍ଗିର କଳାପରିଷଦର ପତରତୁଳା ସାଙ୍ଗ ସରସା ନୃତ୍ୟ ପରିବେଷଣ କରାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଦର୍ଶକ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଏହାର ଭରପୁର ମଜା ନେଇଥିଲେ।
ଏହି ଶୁଭ ଉଦ୍ଘାଟନୀ ସାମାରୋହରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଆରକ୍ଷୀ ଅଧୀକ୍ଷକ ଭି.ରଘୁନାଥ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/boudh-1230.jpg)