/odisha-reporter/media/post_attachments/uploads/2019/12/b1.jpg)
b1
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧରେ ପାଞ୍ଚଦିନ ଧରି ଚାଲିଥିବା ଲୋକକଳା ସଂସ୍କୃତିର ମହାମିଳନ ପର୍ବ ତୃତୀୟ ରାଜ୍ୟସ୍ତରୀୟ ଗଡ଼ଜାତ ଲୋକ ମହୋତ୍ସବ ୨୦୧୯ ହରଭଙ୍ଗା ବ୍ଲକ ବିରନରସିଂହପୁର ପଂଚାୟତସ୍ଥିତ ସାଧୁଚରଣ ହାଇସ୍କୁଲ ପଡିଆରେ ଉଦଯାପିତ ହୋଇଛି।
ଲୋକକଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବୀତ କରି ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଏବର୍ଷ ନିରବଛିନ୍ନଭାବେ ବିରନରସିଂହପୁର ଗଡଜାତ ଲୋକ ମହୋତ୍ସବ ତୃତୀୟଥର ପାଇଁ ଆୟୋଜନ କରାଯାଇଛି।
/odisha-reporter/media/post_attachments/wp-content/uploads/2019/12/b2.jpg)
ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ,ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ,ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତଥା ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲିକ ଓ ମହୋତ୍ସବ କମିଟିର ସଭାପତି ବିଶ୍ଵଜିତ ମିଶ୍ର ଉପସ୍ଥିତ ରହି ଏକ ସ୍ମରଣିକା ମୁଖପାତ୍ରକୁ ଉନ୍ମୋଚନ କରିଥିଲେ।
ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାର କଳାକାରମାନେ ନୃତ୍ୟ ପରିବେଷଣ କରିବା ସହିତ ସ୍ଥାନୀୟ ଅଚଂଳର କଳାସଂସ୍କୃତି ଓ ପାରମ୍ପାରିକ ବେଶଭୁଷା ସାମିଲ ହୋଇଥିଲା।
/odisha-reporter/media/post_attachments/wp-content/uploads/2019/12/b3.jpg)
ଏହି ଅବସରରେ ରଙ୍ଗଶାଳା ପୁରୀରୁ ଆସିଥିବା କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ସାନବଡଙ୍କ ଘୁଡକା ନୃତ୍ୟ ,ଢୋଲ ମହୁରି, କାଳ ପରିଷଦ, ବଲାଙ୍ଗିରର ଡାଳଖାଇ ନୃତ୍ୟ ,ଉକିଆ ଶନପୁରର କଳାକାରଙ୍କ ଦ୍ଵାରା ଚୁତକୁ ଛୁଟା ନୃତ୍ୟ, କଳାହାଣ୍ଡି କଳାକାରଙ୍କ ଢାପନୃତ୍ୟ ଏବଂ ସ୍ଥାନୀୟକଳାକାରଙ୍କ ଦ୍ଵାରା ଦଣ୍ଡନୃତ୍ୟ, ପତରସଉରା,ଝାଳିଆ, ଶବର ନୃତ୍ୟ ପରିବେଷଣ ହୋଇଥିଲା। ମହୋତ୍ସୋବକୁ ଆହୁରି ମନୋରଞ୍ଜନଧର୍ମୀ କରିବା ପାଇଁ କଣ୍ଠଶିଳ୍ପୀ ନୁର ବେଗମ ସଙ୍ଗୀତ ପରିବେଷଣ କରିଥିଲେ।
/odisha-reporter/media/post_attachments/wp-content/uploads/2019/12/b4.jpg)
ସଂନ୍ଧ୍ୟାରେ ପଶ୍ଚିମ ଓଡିଶାର ଲୋକନୃତ୍ୟ କେବଳ ସ୍ଥାନ ପାଇଥିଲା ତାହା ନୁହେଁ ଓଡିଶା ଟେଲିଭିଜନ ଜଗତର ବରିଷ୍ଠ କଳାକାରମାନେ ମଧ୍ୟ ସାମିଲ ହୋଇ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ।
/odisha-reporter/media/post_attachments/wp-content/uploads/2019/12/b5.jpg)
ଆହୁରି ମଧ୍ୟ ଏହି ଗଡ଼ଜାତ ମହୋତ୍ସବରେ ସେହି ଅଞ୍ଚଳର ବରିଷ୍ଠ ସାମ୍ବାଦିକ, କଣ୍ଠଶିଳ୍ପୀ ,ସମାଜସେବୀ ,ଶିକ୍ଷାବିତ ଓ ଚାଷ ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଗଡଜାତ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସମ୍ପାଦକ ଦେବାଶିଷ ମହାକୁଳ ବିବରଣୀ ପଠନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
