ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଦିନକୁ ଦିନ ଗଜପତି ଜିଲ୍ଲାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ବାରଣ କରିଛନ୍ତି। ଏଥିସହ ଗଞ୍ଜାମ, ଶ୍ରୀକାକୁଲମରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନି। ଏମିତିକି ଗଞ୍ଜାମରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ଯିବାକୁ ମନା କରାଯାଇଛି। ଦୈନିକ ଯାଇ ପୁଣି ଘରକୁ ଫେରୁଥିବା ଲୋକଙ୍କୁ ମଧ୍ୟ ଯିବାକୁ ବାରଣ କରାଯାଇଛି।
କରୋନା ସଂକ୍ରାମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ୨ ଜିଲ୍ଲାକୁ ଯା’ଆସ ବାରଣ ନେଇ ଜିଲ୍ଲାପାଳ ଅନୁପମ ଶାହାଙ୍କ ସୂଚନା ଦେଇଛନ୍ତି। ମାଲ ପରିବହନ ଓ ଆମ୍ବୁଲାନ୍ସ ପରି ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୬୮ରେ ପହଞ୍ଚିଛି। ବିଭିନ୍ନ କୋଭିଡ୍ ହସପିଟାଲରେ ୧୩୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏଥିସହ ୪୨୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Health
ମାରି ଦଉଛି ମାରବର୍ଗ; କରି ଦେଉଛି ରକ୍ତରଞ୍ଜିତ ଆଖି
୧୭ ଦେଶରେ ଆଖି ପିଛୁଳାକେ ବ୍ୟାପିଲାଣି। ରୱାଣ୍ଡାରେ ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।