Advertisment

ଗଜପତିବାସୀଙ୍କୁ ଗଞ୍ଜାମ ଓ ଶ୍ରୀକାକୁଲମ ମନା

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଦିନକୁ ଦିନ ଗଜପତି ଜିଲ୍ଲାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ତେଣୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ବାରଣ କରିଛନ୍ତି। ଏଥିସହ ଗଞ୍ଜାମ, ଶ୍ରୀକାକୁଲମରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନି। ଏମିତିକି ଗଞ୍ଜାମରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ଯିବାକୁ ମନା କରାଯାଇଛି। ଦୈନିକ ଯାଇ ପୁଣି ଘରକୁ ଫେରୁଥିବା ଲୋକଙ୍କୁ ମଧ୍ୟ ଯିବାକୁ ବାରଣ କରାଯାଇଛି। କରୋନା ସଂକ୍ରାମଣ […]

ଗଜପତିବାସୀଙ୍କୁ ଗଞ୍ଜାମ ଓ ଶ୍ରୀକାକୁଲମ ମନା

gajapati-3-1

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଦିନକୁ ଦିନ ଗଜପତି ଜିଲ୍ଲାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ତେଣୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ବାରଣ କରିଛନ୍ତି। ଏଥିସହ ଗଞ୍ଜାମ, ଶ୍ରୀକାକୁଲମରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନି। ଏମିତିକି ଗଞ୍ଜାମରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ଯିବାକୁ ମନା କରାଯାଇଛି। ଦୈନିକ ଯାଇ ପୁଣି ଘରକୁ ଫେରୁଥିବା ଲୋକଙ୍କୁ ମଧ୍ୟ ଯିବାକୁ ବାରଣ କରାଯାଇଛି।

Advertisment

କରୋନା ସଂକ୍ରାମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ୨ ଜିଲ୍ଲାକୁ ଯା’ଆସ ବାରଣ ନେଇ ଜିଲ୍ଲାପାଳ ଅନୁପମ ଶାହାଙ୍କ ସୂଚନା ଦେଇଛନ୍ତି। ମାଲ ପରିବହନ ଓ ଆମ୍ବୁଲାନ୍ସ ପରି ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି।

publive-image

ସୂଚନାଯୋଗ୍ୟ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୬୮ରେ ପହଞ୍ଚିଛି। ବିଭିନ୍ନ କୋଭିଡ୍‌ ହସପିଟାଲରେ ୧୩୮ ଆକ୍ରାନ୍ତ ଚିକିତ୍ସିତ  ହେଉଛନ୍ତି। ଏଥିସହ ୪୨୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe