Advertisment

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କରୋନା

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କର RT-PCR ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ତେଣୁ ସେ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକ୍ରମରେ ଯୋଗଦେଇପାରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ଗଜପତିଙ୍କ ବ୍ୟକ୍ତିଗତ ସଚିବ। ଆସନ୍ତାକାଲି ସନ୍ଧ୍ୟା ୫ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତାଙ୍କୁ ସିଂହଦ୍ୱାରଠାରେ ଶ୍ରୀମନ୍ଦିର […]

କୃତଜ୍ଞତା ଜଣାଇଲେ ଗଜପତି ମହାରାଜ

puri

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କର RT-PCR ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ତେଣୁ ସେ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକ୍ରମରେ ଯୋଗଦେଇପାରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ଗଜପତିଙ୍କ ବ୍ୟକ୍ତିଗତ ସଚିବ।

Advertisment

ଆସନ୍ତାକାଲି ସନ୍ଧ୍ୟା ୫ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତାଙ୍କୁ ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ସ୍ୱାଗତ କରିବାର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ଆଜି ଗଜପତି ମହାରାଜାଙ୍କର RT-PCR ଟେଷ୍ଟ କରାଯାଇଥିଲା। ସନ୍ଧ୍ୟା ବେଳେ ଆସିଥିବା ରିପୋର୍ଟରେ ଗଜପତି କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ଆସନ୍ତାକାଲିର ରାଷ୍ଟ୍ରପତିଙ୍କ ସ୍ୱାଗତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ଯୋଗଦେଇପାରିବେ ନାହିଁ। ଆଗାମୀ ୭ ଦିନ ପର୍ଯ୍ୟନ୍ତ ଗଜପତି ମହାରାଜା ସଙ୍ଗରୋଧରେ ରହିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe