ପାରଳାଖେମୁଣ୍ଡି(ଆଦର୍ଶ ଦାସ): ବୁଲା କୁକୁରକୁ ମାରି ୩ ଜଣ ଗିରଫ ହୋଇଛନ୍ତି। କଥାଟି ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସମ୍ପୂର୍ଣ୍ଣ ସତ କଥା। ଏପରି ଘଟଣା ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଘଟିଛି।
https://www.facebook.com/watch/?v=1010237666094151&extid=RM42RGKcaqN8bUOf
ଗତ ଦୁଇ ଦିନ ତଳେ ପାରଳାଖେମୁଣ୍ଡି ବାଟଗୌଡ ସାହିରେ ଏକ ବୁଲା କୁକୁରକୁ ୩ ଜଣ ଯୁବକ ନିର୍ଦ୍ଦୟ ଭାବେ ମାରିଦେଇଥିଲେ। ଯାହାର ଭିଡିଓ ଭାଇରାଲ୍ ହୋଇଥିଲା। ଏପରି ଘଟଣାକୁ ଭୁବନେଶ୍ୱର ପିପଲ ଫର ଆନିମାଲ୍ସ ସଂଗଠନ ଓ ସ୍ଥାନୀୟ ବିଜେପି ବିଧାୟକ କେ. ନାରାୟଣ ରାଓ ପ୍ରମୁଖ ନିନ୍ଦା କରିଥିଲେ। ଏପରିକି କୁକୁରକୁ ମାରିଥିବା ଯୁବକଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ଆଜି ଘଟଣାର ଅନୁସନ୍ଧାନ କରି ପାରଳାଖେମୁଣ୍ଡି ପୁଲିସ ନିଜ ଆଡୁ ମାମଲା ରୁଜୁ କରିବା ସହ ୩ଜଣଙ୍କୁ ଗିରଫ କରି 41 CRPC ଧାରା ରେ ନୋଟିସ ଦେଇଥିବା କହିଛନ୍ତି ପାରଳାଖମୁଣ୍ଡି ଥାନା ଅଧିକାରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।