Advertisment

ଡୁଣ୍ଡ୍ରମରେ ୧୧ ଜଣ ମିଳିମିଳାରେ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ୪ ଜଣିଆ ମେଡିକାଲ୍ ଟିମ୍

ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ତଥା ଆଶା କର୍ମୀ ଏ ନେଇ ମେଡିକାଲ୍ ଟିମକୁ ଅବଗତ କରିବାରେ ବିଳମ୍ବ କରିଥିଲେ।

Village

Village

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡୁଣ୍ଡ୍ରମ୍ ଗାଁରେ ୧୧ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ଖବର ପାଇ ଆଜି ଗାଁରେ ୪ ଜଣିଆ ମେଡିକାଲ୍ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି।

Advertisment

ସପ୍ତାହେ ହେଲାଣି ଗାଁରେ ମିଳିମିଳା ବ୍ୟାପୀ ଥିଲେ ହେଁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ତଥା ଆଶା କର୍ମୀ ଏ ନେଇ ମେଡିକାଲ୍ ଟିମକୁ ଅବଗତ କରିବାରେ ବିଳମ୍ବ କରିଥିଲେ। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବଢ଼ିଯାଇଛି।

ମେଡିକାଲ୍ ଟିମ୍ ଗାଁରେ ପହଞ୍ଚି ମିଳିମିଳା ଆକ୍ରାନ୍ତଙ୍କୁ ଭିଟାମିନ ସହ ଆବଶ୍ୟକୀୟ ଔଷଧ ଦେଇଛି। ମେଡିକାଲ ଟିମ୍ ସ୍ଥିତି ଉପରେ ସଂପୂର୍ଣ୍ଣ ନଜର ରଖିଥିବା ଡାକ୍ତର ଗୋପାଳ ସାହୁ କହିଛନ୍ତି।

Advertisment
Gajapati District Diseases
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe