Advertisment

ଏକ୍ସପାରୀ ମେଡିସିନ ଖୁଆଇ ଦେଲେ ଆଶା କର୍ମୀ ଓ ଅଙ୍ଗନୱାଡି ଦିଦି; ମରଣ ସହ ଲଢ଼ୁଛି ୧୧ ମାସର ଶିଶୁ

ପ୍ରାୟ ବର୍ଷେ ତଳୁ ଏକ୍ସପାରୀ ହୋଇ ସାରିଥିବା ଏକ ଏକ୍ସପାରୀ ଭିଟାମିନ ମେଡିସିନ ୧୧ ମାସର ଛୁଆକୁ ଖୁଆଇ ଦେବାରୁ ତା’ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଛି। ପରିବାର ଲୋକେ ଛୁଆଟିକୁ ଧରି ଗୋଟିଏ ପରେ ଗୋଟିଏ ମେଡିକାଲ ଦୌଡ଼ୁଥିବା ବେଳେ ହାତ ଟେକି ଦେଇଛନ୍ତି ଡାକ୍ତର।

Child

Child

Advertisment

ଆଶା କର୍ମୀ ଓ ଅଙ୍ଗନୱାଡି ଦିଦିଙ୍କ ବେପରୁଆ ମନୋଭାବ ଯୋଗୁ ମରଣ ସହ ସଂଘର୍ଷ କରୁଛି ଏକ ନିଷ୍ପାପ ଶିଶୁ। ପ୍ରାୟ ବର୍ଷେ ତଳୁ ଏକ୍ସପାରୀ ହୋଇ ସାରିଥିବା ଏକ ଏକ୍ସପାରୀ ଭିଟାମିନ ମେଡିସିନ ୧୧ ମାସର ଛୁଆକୁ ଖୁଆଇ ଦେବାରୁ ତା’ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଛି। ପରିବାର ଲୋକେ ଛୁଆଟିକୁ ଧରି ଗୋଟିଏ ପରେ ଗୋଟିଏ ମେଡିକାଲ ଦୌଡ଼ୁଥିବା ବେଳେ ହାତ ଟେକି ଦେଇଛନ୍ତି ଡାକ୍ତର। ଫଳରେ ପରିବାର ଲୋକେ ଅସହାୟ ହୋଇ ଏବେ ଶିଶୁଟିକୁ କଟକ ଶିଶୁ ଭବନରେ ଭର୍ତ୍ତି କରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଏପରି ଏକ ଲୋମଟାଙ୍କୁରା ଘଟଣା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଯାଜପୁର ଗ୍ରାମରେ ଘଟିଥିବା ବେଳେ ଗୁରୁତର ହୋଇ ପଡ଼ିଥିବା ଶିଶୁଟି ହେଲା ସୁମିତା ସଇଁସା ଓ ଉପେନ୍ଦ୍ର ସଇଁସାଙ୍କ ୧୧ ମାସ ଝିଅ ।

କିଛି ଦିନ ତଳେ ଗ୍ରାମର ଅଙ୍ଗନାବାଡି କେନ୍ଦ୍ରଠାରେ ଛୋଟ ଛୁଆଙ୍କୁ ଭିଟାମିନ ଏ ଔଷଧ ଦିଆଯାଇଥିଲା । ସେଠାକୁ ଉପେନ୍ଦ୍ର ସଇଁସାଙ୍କ ୧୧ ମାସ ଝିଅକୁ ପରିବାର ଲୋକେ ନେଇଥିବା ବେଳେ ତାକୁ ବି ମେଡିସିନି ଦିଆଯାଇଥିଲା। କିଛି ପିଲାକୁ ମେଡିସିନ ଦିଆଯିବା ପରେ ତାହାର ଏକ୍ସପାରୀ ଡେଟ୍‌ ଉପରେ କିଛି ଲୋକଙ୍କ ନଜର ପଡ଼ି ଯାଇଥିଲା। ଉକ୍ତ ମେଡିସିନର ଏକ୍ସପାରୀ ଡେଟ ସରି ଯାଇଥିବା ଜଣାପଡ଼ିବାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଭୟଭୀତ ହୋଇ ଆଶା କର୍ମ ଓ ଅଙ୍ଗନୱାଡି ଦିଦି ଉକ୍ତ ମେଡିସିନ ଖୋଳକୁ ପୋଡ଼ି ଦେଇଥିବା ଗାଁ ଲୋକେ କହିଛନ୍ତି ।

Advertisment

 ଅନ୍ୟ ପିଲାଙ୍କଠାରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିବା ବେଳେ ଉପେନ୍ଦ୍ର ସଇଁସାଙ୍କ ଝିଅର ସ୍ୱାସ୍ଥ୍ୟାବସ୍ଥା କିନ୍ତୁ ବିଗିଡ଼ିବାକୁ ଲାଗିଲା। ପିଲାଟି ଗୁରୁତର ହେବାରୁ ପ୍ରଥମେ ତାକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଠାରେ ଏକ ଘରୋଇ ମେଡ଼ିକାଲରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥାରେ ସୁଧାର ଆସି ନ ଥିବା ବେଳେ ଡାକ୍ତର ଫେରାଇ ଦେଇଥିଲେ।

ଏହାପରେ ପରିବାର ଲୋକେ ସେଠାରୁ ଆସି କଟକ ଶିଶୁ ଭବନରେ ପିଲାଟିକୁ ଭର୍ତ୍ତି କରିଛନ୍ତି। ଏନେଇ ସେମାନେ ଆଶା କର୍ମୀ ସଂଯୁକ୍ତା ପ୍ରଧାନ ଓ ଅଙ୍ଗନୱାଡି ଦିଦି ସମ୍ପୂର୍ଣ୍ଣା ପ୍ରଧାନଙ୍କ ନାଁରେ ପାରଲାଖେମୁଣ୍ଡି ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହାର ଏକ କପି ସେମାନେ ସିଡିଏମ୍‌ଓଙ୍କୁ ବି ଦେଇଛନ୍ତି। ତୁରନ୍ତ ଏହି ଘଟଣାର ତଦନ୍ତ କରି ଉକ୍ତ ମେଡିସିନର ଏକ୍ସପାରୀ ତାରିଖ ସରି ଯାଇଥିଲା କି ନାହିଁ ତାହା ସ୍ପଷ୍ଟ କରାଯିବ ବୋଲି ସିଡିଏମ୍‌ ସୂଚନା ଦେଇଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରଳାଖେମୁଣ୍ଡି ଆଇଆଇସି ସୂଚନା ଦେଇଛନ୍ତି।

Puri Gajapati Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe