Advertisment

ସାପ୍ତାହିକ ହାଟକୁ ଯିବାବେଳେ ଓଲଟିଲା ଅଟୋ,୧୮ ଆହତ

ଆଜି ସକାଳେ ଗୁଛାଗୁଡ଼ା ଓ ଟୁଟୁଗୁଡ଼ା ଗାଁର ୧୮ ଯାତ୍ରୀ ଗୋଟିଏ ଅଟୋରେ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲେ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ସାପ୍ତାହିକ ହାଟକୁ ଯିବାବେଳେ ଘାଟିରେ ଓଲଟି ପଡ଼ିଲା ଅଟୋ। ଦୁର୍ଘଟଣାରେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଗୁଛାଗୁଡ଼ା ଘାଟିରେ ଆଜି ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଆଜି ସକାଳେ ଗୁଛାଗୁଡ଼ା ଓ ଟୁଟୁଗୁଡ଼ା ଗାଁର ୧୮ ଯାତ୍ରୀ ଗୋଟିଏ ଅଟୋରେ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲେ। ଅଟୋଟି ଘାଟିରେ ତଳକୁ ଗଡୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟକୁ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଓ ୪ ଜଣ ମହିଳା ଥିବା ଜଣାପଡ଼ିଛି। ଉଭର ଲୋଡିଂ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଅଟୋ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Odisha Police Road Accident Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe