/odisha-reporter/media/post_attachments/uploads/2021/07/ganja-2.jpg)
ganja
ମୋହନା (ମିହିର ଜତି): ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ଗଜପତି ଜିଲ୍ଲା ମୋହନା ଥାନା ପୁଲିସ କନ୍ଧଗୌଣି ଛକ ନିକଟରେ ପ୍ରାୟ ସାଢ଼େ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ହେଲେ ଦୁର୍ଭାଗ୍ୟବଶତ ଘଟଣା ସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି।
ଗଜପତି ଜିଲ୍ଲା ମୋହନା ଥାନା ପୁଲିସ କନ୍ଧଗୌଣି ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲା। ଅଟକାଇବା ସମୟରେ ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ ଗାଡ଼ିକୁ ଯାଞ୍ଚ କରି ସେଥିରୁ ୧୫ ବସ୍ତା ଗଞ୍ଜେଇ ଜବତ କରିଛି। ସେଥିରେ ୪୫୨ କେଜି ଗଞ୍ଜେଇ ଥିଲା, ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ।
ଗଞ୍ଜେଇ ଗାଡିଟି ମୋହନା ଅଞ୍ଚଳରୁ ବାହ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡିଛି। ଫେରାର ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।
ବୁଧବାର ଓଡିଶାର ଗଜପତି ଜିଲ୍ଲାରୁ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଛତିଶଗଡ଼ ପୁଲିସ ଏହାକୁ ଜବତ କରିଛି। ଛତିଶଗଡ଼ ପୁଲିସ୍ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି। ମହାସମୁନ୍ଦ ଜିଲ୍ଲା ବାଗବାହାର ଥାନା ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ୭ କ୍ୱିଣ୍ଟାଲ ଗଞ୍ଜେଇ ସହିତ ଗିରଫ କରିଛି, ଯାହାର ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
