Advertisment

ଗଜପତି ଜିଲ୍ଲାରେ ଆନ୍ଧ୍ର ସ୍କୁଲ

ପାରଳାଖେମୁଣ୍ଡି(ଆଦର୍ଶ ଦାଶ ):ସୀମାରେ ଆନ୍ଧ୍ର କିଭଳି ବର୍ଷ ବର୍ଷ ଧରି ଦାଦାଗିରି ଚଳାଇଛି ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକରେ। ଓଡିଶାର ହାଡୁଭାଙ୍ଗି ଗାଁର ଏକ ଅଂଚଳକୁ କୌଶଲ୍ୟାପୁର ଏବଂ ଏହାକୁ ନିଜର ବୋଲି ଦର୍ଶାଇ ଆନ୍ଧ୍ର ସେଠାରେ ଏକ ସ୍କୁଲ ନିର୍ମାଣ କରିଛି । ପାରଳାଖେମୁଣ୍ଡିର ୧୮ଜଣଙ୍କ ନାମରେ ଥିବା ପ୍ରାୟ ୨୭ ଏକର ଜମିରେ ଏହି ସ୍କୁଲ ଦୀର୍ଘ ହେଲା ଚାଲିଥିଲେ ମଧ୍ୟ ଏହାକୁ ଉଚ୍ଛେଦ କରିବା […]

author-image
Tapas Behera
ଗଜପତି ଜିଲ୍ଲାରେ ଆନ୍ଧ୍ର ସ୍କୁଲ

iop

ପାରଳାଖେମୁଣ୍ଡି(ଆଦର୍ଶ ଦାଶ ):ସୀମାରେ ଆନ୍ଧ୍ର କିଭଳି ବର୍ଷ ବର୍ଷ ଧରି ଦାଦାଗିରି ଚଳାଇଛି ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକରେ। ଓଡିଶାର ହାଡୁଭାଙ୍ଗି ଗାଁର ଏକ ଅଂଚଳକୁ କୌଶଲ୍ୟାପୁର ଏବଂ ଏହାକୁ ନିଜର ବୋଲି ଦର୍ଶାଇ ଆନ୍ଧ୍ର ସେଠାରେ ଏକ ସ୍କୁଲ ନିର୍ମାଣ କରିଛି । ପାରଳାଖେମୁଣ୍ଡିର ୧୮ଜଣଙ୍କ ନାମରେ ଥିବା ପ୍ରାୟ ୨୭ ଏକର ଜମିରେ ଏହି ସ୍କୁଲ ଦୀର୍ଘ ହେଲା ଚାଲିଥିଲେ ମଧ୍ୟ ଏହାକୁ ଉଚ୍ଛେଦ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନି ଓଡିଶା ପ୍ରଶାସନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଯେଉଁ ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ଥିବା ଜମି ଉପରେ ଏହି ସ୍କୁଲ ଛିଡା ହୋଇଛି । ତଥାପି ସରକାର ଚୁପ୍ । ଯାହା ସ୍ୱାଭିମାନୀ ଓଡ଼ିଆଙ୍କୁ ଆଦୌ ଗ୍ରହଣୀୟ ହେଉନାହିଁ  । ତେଣୁ ତୁରନ୍ତ ସରକାର ଏହାକୁ ଉଚ୍ଛେଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Advertisment

ସୀମାରେ ଅନୁପ୍ରବେଶ କରି ନିଜର ସ୍କୁଲ ନିର୍ମାଣ କରିବା ଏବଂ ସେଠାରେ ଦୀର୍ଘ ବର୍ଷ ହେଲା ପିଲାଙ୍କ ପାଠ ପଢା ମଧ୍ୟ ଚାଲିଛି । ତଥାପି ନା ଓଡିଶା ସରକାର ନା ଗଜପତି ଜିଲ୍ଲା ପ୍ରଶାସନ କେହି କେମିତି ଆଜି ଯାଏଁ ଜାଣି ପାରିନାହାନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଗଜପତି ଜିଲ୍ଲା କାଶୀନଗର ତହସିଲ ହାଡୁଭାଙ୍ଗି ମୌଜାର 82ନମ୍ବର ଖାତାରେ ଥିବା ପ୍ରାୟ 27 ଏକର ଜମିକୁ ଆନ୍ଧ୍ର ସରକାର ଜବର ଦଖଲ କରିନେଇଛନ୍ତି  । ଏହି ଖାତାରେ ଥିବା 120ଟି ପ୍ଲଟ 18ଜଣଙ୍କ ନମରେ ରହିଛି । ସେଥିମଧ୍ୟରୁ ଜଣେ ହେଉଛନ୍ତି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି । ଏହି ଜମିଟି ପାରଳାଖେମୁଣ୍ଡିର ଜାଗେୟା ମଠକୁ ଦାନ କରାଯାଇଥିବା ବେଳେ ମାର୍ଫତଦାର ରହିଛନ୍ତି ଗଜପତି ମହାରାଜା । ତେବେ ବିଭିନ୍ନ ସୀମାରେ ଆନ୍ଧ୍ରର ଅନୁପ୍ରବେଶ କରୁଥିବା ବେଳେ ଏହାକୁ ରୋକିବା ପାଇଁ ପ୍ରଶାସନ ପ୍ରୟାସ କରୁଥିଲେ ମଧ୍ୟ ଆନ୍ଧ୍ରକୁ ଉପଯୁକ୍ତ ଜବାବ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଯାହା ଫଳେ ଆନ୍ଧ୍ର  ବର୍ତମାନ ଓଡିଶାର ନିର୍ମାତାଙ୍କ ନାମରେ ଥିବା ଜମି ଉପରେ ତାର ସ୍କୁଲ ନିର୍ମାଣ କରିବା ଭଳି ସ୍ଥିତି ଉପୁଜିଛି । ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବିମାନେ ତୀବ୍ର ପ୍ରତିକ୍ରିଯା ପ୍ରକାଶ କରିଛନ୍ତି । ତୁରନ୍ତ ଏହାକୁ ଉଚ୍ଛେଦ କରିବା ପାଇଁ ଦାବି କରିବା ସହ ଏହାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି  ।

ଓଡ଼ିଶା ସୀମାରେ ଥିବା ଆନ୍ଧ୍ରର ଏହି ସ୍କୁଲକୁ ଆଜି ଯାଏଁ ଚିହ୍ନଟ କରିପାରିନାହିଁ ପ୍ରଶାସନ  । ଫଳରେ ଦୀର୍ଘ ବର୍ଷ ହେଲା ଏଠାରେ ପିଲା ପାଠ ପଢୁଛନ୍ତି । ବର୍ତମାନ ସେହି ସ୍କୁଲରେ 147ଜଣ ପିଲା ପାଠ ପଢୁଥିବା ବେଳେ ଓଡିଶାର 70ଜଣ ରହିଛନ୍ତି ବୋଲି ସେହି ସ୍କୁଲର ଜଣେ ଶିକ୍ଷକ କହିଛନ୍ତି । ଶିକ୍ଷାର ବିକାଶ ପାଇଁ ଓଡିଶା ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ସ୍ଥାନୀୟ ଅଂଚଳର ପିଲାମାନେ ଓଡିଶାର ସ୍କୁଲରେ ପଢିବା ପରିବର୍ତ୍ତେ ଆନ୍ଧ୍ର ସରକାରୀ ସ୍କୁଲରେ ପଢିବାକୁ ଅଧିକ ପସନ୍ଦ କରୁଛନ୍ତି ।

Advertisment

ଏପରିକି ହାଡୁଭାଙ୍ଗିରେ ଓଡିଶା ସରକାରଙ୍କ ସ୍କୁଲ ରହିଥିବା ସତ୍ତ୍ୱେ ସେଠାକାର ପିଲା ଆନ୍ଧ୍ର ସରକାରୀ ସ୍କୁଲରେ ପଢିବା ସରକାରଙ୍କ ଆଉ ଏକ ବିଫଳତାକୁ ଦର୍ଶାଉଛି । ଏହାକୁ ନେଇ ସେହି ଅଂଚଳର ଲୋକେ କହିଛନ୍ତି ଏତେବର୍ଷ ହେଲା ସ୍କୁଲ ଚାଲୁଥିଲେ ମଧ୍ୟ କେହି କିଛି କହିନାହାନ୍ତି । ତେବେ ବର୍ତ୍ତମାନ ଏଭଳି ବିବାଦ ଉଠିବା ଠିକ୍ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।  ଏହା ଓଡିଶାର ଜାଗା ହୋଇଥଇଲେ ମଧ୍ୟ ଓଡିଶା ସରକାର ଏଠାକାର ଲୋକଙ୍କୁ କୌଣସି ସୁବିଧା ଦେଉନାହିଁ। ଏପରିକି ଗତ ପ୍ରାୟ ୪୦ବର୍ଷ ହେଲା ଏଠାରେ ଆନ୍ଧ୍ର ନିର୍ବାଚନ ମଧ୍ୟ କରୁଥିବା ସେମାନେ କହିଛନ୍ତି।

ଗୋଟିଏ ରାଜ୍ୟର ଲୋକେ ଅନ୍ୟ ରାଜ୍ୟରେ ତାର ଘର ନିର୍ମାଣ କରିବା କିମ୍ବା ବସବାସ କରିବା କିଛି ଖରାପ ନୁହେଁ । କିନ୍ତୁ ଗୋଟିଏ ରାଜ୍ୟ ମଧ୍ୟରେ ସେହି ସରକାଙ୍କ ବିନା ଅନୁମତିରେ ଅନ୍ୟ ରାଜ୍ୟର ସରକାରୀ ଅନୁଷ୍ଠାନ ଚାଲିବା ବେଆଇନ୍ । ତେବେ ଏଭଳି ଘଟଣା ବର୍ତମାନ ପ୍ରଶାସନ ନଜରକୁ ଆସିଛି ଏବଂ ଏହାକୁ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ କହିଛନ୍ତି  । ୧୯୫୫ ମସିହାରୁ ଏହି ସ୍କୁଲ ସଂପୃକ୍ତ ଅଂଚଳରେ ଚାଲିଆସୁଛି । ଇତି ମଧ୍ୟରେ ୬୫ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ତଥାପି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସରକାରଙ୍କ ପାରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।