Advertisment

ବାଳିକା ଆଶ୍ରମ ବିଦ୍ୟାଳୟରେ ଝାଡାବାନ୍ତି, ୧୧ ଛାତ୍ରୀ ଆକ୍ରାନ୍ତ

ଫୁଡ୍‌ ପଏଜନ୍‌ ହେବା ଯୋଗୁ ପିଲାମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Diarrhea

Diarrhea

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ୧୧ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ୧୧ଜଣ ଆକ୍ରାନ୍ତ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଗତ ୨୮ ତାରିଖରେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଥିଲା। ଉତ୍ସବରେ ଭୋଜି ଭାତର ଆୟୋଜନ କରାଯାଇଥିଲା। ପିଲାମାନେ ଭୋଜିରେ ଚିକେନ ଓ ଭାତ ଖାଇଥିଲେ। ବୁଧବାର ରାତିରେ ବିଦ୍ୟାୟଳରେ ଅଣ୍ଡା ତରକାରୀ ହୋଇଥିଲେ। ପିଲାମାନେ ମଧ୍ୟ ଅଣ୍ଡା ତରକାରୀ ଖାଇଥିଲେ। ରାତ୍ରି ଭୋଜନ ଖାଇବା ପରେ ପ୍ରଥମେ କିଛି ଛାତ୍ରୀଙ୍କୁ ବାନ୍ତି ହୋଇଥିଲା। ଆଉ କିଛି ଛାତ୍ରୀଙ୍କୁ ଝାଡ଼ା,ବାନ୍ତି ଓ ମୁଣ୍ଡ ଘୁରାଇଥିଲା। ୬ଜଣ ଛାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ଛାତ୍ରୀମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନେ ଏବେ ସୁସ୍ଥ ଥିବା ଜଣାଯାଇଛି। ମେଡିକାଲ ଟିମ୍‌ ସ୍କୁଲରେ ପହଞ୍ଚି ଅନ୍ୟ ଅନ୍ୟ ଅସୁସ୍ଥ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ।

ଫୁଡ୍‌ ପଏଜନ୍‌ ହେବା ଯୋଗୁ ପିଲାମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

Advertisment
Gajpati