Advertisment

ଘାଟିରେ ହଠାତ୍‌ ପଛକୁ ଫେରିଲା ବସ୍‌

ତାଣ୍ଡିଗୁଡା ଗାଁରେ ଏକ ଭୋଜି ଆୟୋଜନ ହୋଇଥିଲା। ଏଥିରେ ଭାଗ ନେବା ପାଇଁ କନ୍ୟା ଘରରୁ ପ୍ରାୟ ୬୦ ଜଣ ଗଞ୍ଜାମ ଜିଲ୍ଲା ପୋଡ଼ାମାରୀରୁ ଏକ ପ୍ରାଇଭେଟ୍‌ ବସରେ ଆସିଥିଲେ। ଭୋଜି ଖାଇ ସାରିବା ପରେ ସେମାନେ ଘରକୁ ଫେରୁଥିଲେ।

author-image
Manoranjan Sial
Bus

Bus

ପୁଅ ଘରୁ ଭୋଜି ଖାଇ ଫେରୁଥିଲେ ପ୍ରାୟ ୬୦ ଜଣ କନିଆଁ ଘର ଲୋକ। ବେଶ୍ ହସଖୁସିରେ ସମସ୍ତେ ବସ୍‌ ଭିତରେ ବସିଥିଲେ। ବସ୍‌ଟି ଘାଟି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ପଛକୁ ଫେରିଥିଲା। ପ୍ରଥମେ କେହି କିଛି ବୁଝିପାରିନଥିଲେ। ପରେ କିଏ ଜଣେ କହିଲେ ବ୍ରେକ୍‌ଫେଲ୍‌ ହୋଇଛି। ବାସ୍‌ ତା’ପରେ ସମସ୍ତେ ଚିତ୍କାର କରିଥିଲେ। ସୌଭାଗ୍ୟକୁ ବସ୍‌ଟି ପଛେଇ ପଛେଇ ଆସି ରାସ୍ତା ପାର୍ଶ୍ୱ ପାହାଡରେ ପିଟି ହୋଇଯାଇଥିଲା। ସେଥିରେ କାହାରି ମୃତାହତ ହୋଇନଥିଲେ ମଧ୍ୟ ୭ ଜଣ ଆହତ ହୋଇଛନ୍ତି।

Advertisment

ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ତାଣ୍ଡିଗୁଡା ଗାଁରେ ଏକ ଭୋଜି ଆୟୋଜନ ହୋଇଥିଲା। ଏଥିରେ ଭାଗ ନେବା ପାଇଁ କନ୍ୟା ଘରରୁ ପ୍ରାୟ ୬୦ ଜଣ ଗଞ୍ଜାମ ଜିଲ୍ଲା ପୋଡ଼ାମାରୀରୁ ଏକ ପ୍ରାଇଭେଟ୍‌ ବସରେ ଆସିଥିଲେ। ଭୋଜି ଖାଇ ସାରିବା ପରେ ସେମାନେ ଘରକୁ ଫେରୁଥିଲେ। ତେବେ ଘୋଡାଶାଳ ଘାଟିରେ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବସ୍‌ଟି ବ୍ରେକ୍‌ ଫେଲ୍‌ ହୋଇ ଘାଟିର ପଛକୁ ଫେରିଥିଲା। ଫଳରେ ବସ୍‌ଟି ପାହାଡ଼ରେ ପିଟି ହୋଇଯାଇଥିଲା।

ମୃତ୍ୟୁ ମୁଖରୁ ସମସ୍ତେ ବର୍ତ୍ତି ଯାଇଥିଲେ ସୁଦ୍ଧା ୭ ଜଣ ଅସୁସ୍ଥ ହୋଇଛନ୍ତି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆର. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସୁନା ମଣ୍ଡଳ ଓ ପ୍ରମିକା ଶବରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଛି। ଚିକିତ୍ସା ପରେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣପଡ଼ିଛି। ସମସ୍ତ ଯାତ୍ରୀମାନେ ପୋଡାମାରି ନିକଟସ୍ଥ ଝରଣ ଗାଁର ବୋଲି ଜଣାପଡ଼ିଛି।

Advertisment
Accident Paralakhemundi Road Accident