Advertisment

ମା’ ଗାଳି ଦେବାରୁ ଘର ଛାଡ଼ି ପଳାଇଲା ନାବାଳକ ପୁଅ

ଆୟୁଷ୍ମାନଙ୍କୁ ତାଙ୍କ ମା’ଙ୍କ କଥା ଏତେ ବାଧିଥିଲା ସେ ଗତ ୨୯ ତାରିଖ ରାତିରୁ ଘର ଛାଡ଼ି କୁଆଡେ ପଳାଯାଇଛନ୍ତି।

ଅଦ୍ୟତନ ହୋଇଛି
Missing son

Missing son

Advertisment

‘ପାଠ ପଢୁନୁ। କାହିଁକି ସାଙ୍ଗମାନଙ୍କ ସହ ବୁଲାବୁଲି କରୁଛୁ। ତୋର ପା ଦଶମ ଶ୍ରେଣୀ ହେଲାଣି।’ ଏପରି ଦୁଇ ପଦ କଥା ମା’ ରାଗିକି କହିଥିଲା ପୁଅକୁ । ହେଲେ ମା’ର ଏହି ଦୁଇ ପଦ କଥା ଏତେ ବାଧିଲା ଯେ ଘର ଛାଡ଼ି ପଳାଇଗଲା ନାବାଳକ ପୁଅ। ପୁଅକୁ ଝୁରିଝୁରି ମା’ ଆଖିରୁ ଲୁହ ଶୁଖିଗଲାଣି। ହେଲେ ପୁଅର କୌଣସି ଖୋଜ ଖବର ନାହିଁ। ଶେଷରେ ବାପାମା’ କାନ୍ଦିକାନ୍ଦି ଯାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ପନାଗୁଡ଼ା ଗାଁରେ।

Advertisment

ନିଖୋଜ ନାବାଳକ ଜଣଙ୍କ ହେଲେ ଆୟୁଷ୍ମାନ ବେହେରା। ତାଙ୍କ ଘର ପନାଗୁଡ଼ା ଗାଁରେ। ଆୟୁଷ୍ମାନ ଦଶମ ଶ୍ରେଣୀର ଛାତ୍ର।

ଖରା ଛୁଟି ଥିବାରୁ ଆୟୁଷ୍ମାନ ସ୍କୁଲ ଯାଉ ନଥିଲେ। ପାଠ ନ ପଢ଼ି ବାହାରେ ସାଙ୍ଗସାଥୀଙ୍କ ସହ ଚାରିଆଡେ ବୁଲାବୁଲି କରୁଥିଲେ।  ଏଥିପାଇଁ ମା’ ଆୟୁଷ୍ମାନ ଉପରେ ବିରକ୍ତ ହୋଇଥିଲେ ଓ ପାଠ ପଢ଼ିବା ପାଇଁ ତାଗିଦ କରିଥିଲେ। ଆୟୁଷ୍ମାନଙ୍କୁ ତାଙ୍କ ମା’ଙ୍କ କଥା ଏତେ ବାଧିଥିଲା ସେ ଗତ ୨୯ ତାରିଖ ରାତିରୁ ଘର ଛାଡ଼ି କୁଆଡେ ପଳାଯାଇଛନ୍ତି।

Advertisment

ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷରେ ପରିବାର ଲୋକେ ଗତାଲି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଆୟୁଷ୍ମାନଙ୍କ ମା’ କହିଛନ୍ତି, ପୁଅ କଥା ବହୁତ ମନେପଡ଼ୁଛୁ। ପୁଅ ତୁ ଯୁଆଡେ ଯାଇଛୁ ଫେରିଆ। 

Odisha Police Gajpati Missing Son
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe