ମୋହନା (ମିହିର ଯତି): ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଜଗନ୍ନାଥପୁର ଛକା ନିକଟରେ ଏହି ମୃଦଦେହ ମିଳିଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଜଗନ୍ନାଥପୁର ଛକ ନିକଟକୁ ଲାଗିଥିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ଏକ ଅଜଣା ଯୁବକର ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ। ତେବେ ମୃତଦେହଟିର ହାତ ଗୋଡ଼ ବନ୍ଧା ଥିବାରୁ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ମୃତଦେହ ନିକଟରେ ଏକ ହେଲମେଟ ପଡ଼ି ରହିଥିବା ମଧ୍ୟ ଦେଖିବାକୁ ମିଳିଛି।
ପାରିପାର୍ଶ୍ୱିକ ପରିସ୍ଥିତିରୁ ଦେଖି ଲାଗୁଛି ଯେ ଯୁବକକୁ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ହାତ ଗୋଡ଼ ବାନ୍ଧି ଦେଇ ହତ୍ୟା କଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ତେବେ ଯୁବକକୁ କିଏ ଓ କାହିଁକି ଏମିତି ନିର୍ମମ ଭାବେ ହତ୍ୟା କଲା, ତାହା ତଦନ୍ତ ପରେ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଜପତିରେ ମହାବାଳ ବାଘ ଆତଙ୍କ, ଦୁଇଟି ଗୋରୁଙ୍କୁ ମାରିଲା!
ମହାବଳ ବାଘଟି ବର୍ତ୍ତମାନ ରାୟଗଡ଼ା ବନାଞ୍ଚକ ଗୁଡ଼ାରୀ ଅଞ୍ଚଳରେ ଥିବା ଜଣାପଡ଼ିଛି।
Education
ସ୍କୁଲରେ ନାହିଁ ପାନୀୟ ଜଳ ବ୍ୟବସ୍ଥା: ନାଳ ପାଣି ପିଉଛନ୍ତି ଛାତ୍ରଛାତ୍ରୀ
୨୦୦୬ ମସିହାରେ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା। ଡିମ୍ବିରିପଙ୍କାଳ ସମେତ ରାଜୀମେରା, ବାଲିପଙ୍କ ଓ ଲୁଣ୍ଡ୍ରିସାହି ଆଦି ଗାଁର ୬୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି।
Miscellaneous
ନାଳ ପାଣି ପିଉଛନ୍ତି ଛାତ୍ରଛାତ୍ରୀ
ସ୍କୁଲରେ ନାହିଁ ନଳକୂପ, ନାଳର ଦୂଷିତ ପାଣି ପିଉଛନ୍ତି କୁନିକୁନି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପରେ ସେହି ପାଣିରେ ମୁହଁ ଧୋଇବା ସହ ପାଣି ପିଉଛନ୍ତି।
Crime
ସ୍ୱାମୀଙ୍କୁ ଘରେ, ସ୍ତ୍ରୀଙ୍କୁ ରାସ୍ତାରେ ହତ୍ୟା
ଗତ ଫେବ୍ରୁଆରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କୁ ଆକ୍ରମଣ କରାଯାଇଥିଲା।