Advertisment

ରାସ୍ତା କଡ଼ରୁ ମିଳିଲା ହାତଗୋଡ଼ ବନ୍ଧା ମୃତଦେହ

ମୋହନା (ମିହିର ଯତି): ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଜଗନ୍ନାଥପୁର ଛକା ନିକଟରେ ଏହି ମୃଦଦେହ ମିଳିଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଜଗନ୍ନାଥପୁର ଛକ ନିକଟକୁ ଲାଗିଥିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ଏକ ଅଜଣା ଯୁବକର ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ। ତେବେ ମୃତଦେହଟିର ହାତ ଗୋଡ଼ ବନ୍ଧା […]

ରାସ୍ତା କଡ଼ରୁ ମିଳିଲା ହାତଗୋଡ଼ ବନ୍ଧା ମୃତଦେହ

mohana

Advertisment

ମୋହନା (ମିହିର ଯତି): ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଜଗନ୍ନାଥପୁର ଛକା ନିକଟରେ ଏହି ମୃଦଦେହ ମିଳିଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

Advertisment

ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଜଗନ୍ନାଥପୁର ଛକ ନିକଟକୁ ଲାଗିଥିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ଏକ ଅଜଣା ଯୁବକର ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ। ତେବେ ମୃତଦେହଟିର ହାତ ଗୋଡ଼ ବନ୍ଧା ଥିବାରୁ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ମୃତଦେହ ନିକଟରେ ଏକ ହେଲମେଟ ପଡ଼ି ରହିଥିବା ମଧ୍ୟ ଦେଖିବାକୁ ମିଳିଛି।

ପାରିପାର୍ଶ୍ୱିକ ପରିସ୍ଥିତିରୁ ଦେଖି ଲାଗୁଛି ଯେ ଯୁବକକୁ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ହାତ ଗୋଡ଼ ବାନ୍ଧି ଦେଇ ହତ୍ୟା କଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ତେବେ ଯୁବକକୁ କିଏ ଓ କାହିଁକି ଏମିତି ନିର୍ମମ ଭାବେ ହତ୍ୟା କଲା, ତାହା ତଦନ୍ତ ପରେ ଜଣାପଡ଼ିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe