Advertisment

ବାଇକକୁ ଧକ୍କା ଦେଇ ପୋଲ ତଳକୁ ଖସିଲା ଅଟୋ, ୪ ଗୁରୁତର

ଚାନ୍ଦିପୁଟ ହାଟପଦା ନିକଟରେ ହୋଇଥିବା ବେଳେ ସାମ୍ନାରୁ ଆସୁଥିବା ଏକ ବାଇକ୍‌କୁ ଅଟୋଟି ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ବାଇକକୁ ଧକ୍କା ଦେଇ ଏକ ଅଟୋ ପୋଲ ତଳକୁ ଖସିପଡ଼ିବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ହାଟପଦା ନିକଟରେ ବୁଧବାର ଅପରାହ୍ଣ ପ୍ରାୟ ୫ଟା ବେଳେ ଘଟିଛି ଏହି ଦୁର୍ଘଟଣା।

Advertisment

ଅଟୋରେ ୬ ଜଣ ଶ୍ରମିକ ଥିଲେ। ସେମାନେ ସମସ୍ତେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳର। ସେମାନେ ମୋହନା ବ୍ଲକ୍ ଲୁହାଖମ୍ବ ଅଞ୍ଚଳରେ ଏକ ରାସ୍ତାକାମରେ ନିୟୋଜିତ ହୋଇଥିଲେ। ଏହି ଶ୍ରମିକମାନେ ଆଜି ସେମାନଙ୍କ ଗାଁକୁ ଫେରୁଥିଲେ। ଏଥିପାଇଁ ଏକ ଅଟୋରେ ମୋହନା ଆସୁଥିଲେ। ମୋହନାରୁ ବସ୍‌ରେ ନବରଙ୍ଗପୁର ଅଭିମୁଖେ ଯାଇଥା’ନ୍ତେ।

ସେମାନେ ଚାନ୍ଦିପୁଟ ହାଟପଦା ନିକଟରେ ହୋଇଥିବା ବେଳେ ସାମ୍ନାରୁ ଆସୁଥିବା ଏକ ବାଇକ୍‌କୁ ଅଟୋଟି ଧକ୍କା ଦେଇଥିଲା। ଏହା ପରେ ଅଟୋଟି ପୋଲ୍‌ରୁ ପ୍ରାୟ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ୬ ଶ୍ରମିକଙ୍କ ସହିତ ବାଇକ୍‌ରେ ବସିଥିବା ୨ ବ୍ୟକ୍ତି ଆହତ ହୋଇଛନ୍ତି। ୬ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

Advertisment

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅନ୍ୟ ଏକ ଅଟୋରେ ସମସ୍ତଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe