Advertisment

ହୋଟେଲ୍‌ରୁ ଉଦ୍ଧାର ହେଲା ବେଲାରୀ ମୂଷା, ନନ୍ଦନକାନନରେ ରହିବ

ଶୁଭେନ୍ଦୁ ମଲ୍ଲିକ ଏ ନେଇ ଖବର ଦେବା ପରେ ପାରଳାଖେମୁଣ୍ଡି ବନବିଭାଗ ଏହି ମୂଷାଟିକୁ ଉଦ୍ଧାର କରିଛି। ମୂଷାଟିକୁ ନନ୍ଦନକାନନରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି।

author-image
Manoranjan Sial
Giant Squirrel

Giant Squirrel

ହୋଟେଲରୁ ଉଦ୍ଧାର ହେଲା ବିରଳ ଇଣ୍ଡିଆନ ଜିଆଣ୍ଟ୍ ସ୍କ୍ୱାରେଲ୍‌। ବେଲାରୀ ମୂଷା କୁହାଯାଉଥିବା ଏହି ବନ୍ୟପ୍ରାଣୀକୁ ଗଜପତି ଜିଲ୍ଲା ଲୁହାଗୁଡ଼ି ଛକରେ ଥିବା ଏକ ହୋଟେଲରୁ ଉଦ୍ଧାର କରିଛି ପାରଳାଖେମୁଣ୍ଡି ବନ ବିଭାଗ। ଏହି ବିରଳ ମୂଷାକୁ ବନ୍ଦି କରି ରଖିବା ଅଭିଯୋଗରେ ବନବିଭାଗ ଜଣକୁ ଉଠାଇ ଆଣିଛି।

Advertisment

ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏ ନେଇ ଖବର ଦେବା ପରେ ପାରଳାଖେମୁଣ୍ଡି ବନବିଭାଗ ଏହି ମୂଷାଟିକୁ ଉଦ୍ଧାର କରିଛି। ମୂଷାଟିକୁ ନନ୍ଦନକାନନରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ପାରଳାଖେମୁଣ୍ଡି ଡିଏଫଓ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଯୋଗ୍ୟ, ଏହି Giant Squirrel ଭାରତୀୟ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ 1972 ଅନୁଯାୟୀ ସିଡ୍ୟୁଲ 1 ପ୍ରାଣୀ। ଏହାକୁ ବନ୍ଦୀ କରି ରଖିଲେ ୭ ବର୍ଷ ଜେଲ ସହିତ ଲକ୍ଷେ ଟଙ୍କା ଜରିମାନା ପର୍ଯ୍ୟନ୍ତ ଦଣ୍ଡ ପ୍ରାବଧାନ ଅଛି।

Advertisment
Paralakhemundi Gajapati District