Advertisment

ଲୋକଙ୍କୁ ନ ଦେଇ ଅଳିଆ ଗଦାରେ ପକାଇ ଦେଲେ ଶହ ଶହ ସ୍ୱାସ୍ଥ୍ୟକାର୍ଡ

ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶହ ଶହ ସ୍ୱାସ୍ଥ୍ୟ କାର୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Health card

Health card

ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକାର୍ଡ ଆସୁଛି। ହେଲେ ଏହାର ସଠିକ ବିନିଯୋଗ ହୋଇପାରୁ ନାହିଁ। ଲୋକମାନଙ୍କୁ ନ ଦେଇ ଅଳିଆ ଗଦାରେ ପକାଇ ଦିଆଯାଉଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ।

Advertisment

ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶହ ଶହ ସ୍ୱାସ୍ଥ୍ୟ କାର୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ଘଟଣାଟି ଲୋକ ଲୋକଚନକୁ ଆସିଥିଲା। ସ୍ଥାନୀୟ ଲୋକେ ଶହଶହ ସ୍ୱାସ୍ଥ୍ୟ କାର୍ଡ ଅଳିଆ ଗଦାରେ ପଡ଼ିଥିବା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି କାର୍ଡ କେବେଠୁ ଅଳିଆ ଗଦାରେ ପଡ଼ିଛି, କିଏ କାର୍ଡ ଗୁଡ଼ିକ ଅଳିଆ ଗଦାରେ ପକାଇଛି ତାହା ଜଣାପଡ଼ିନାହିଁ। ତେବେ କାର୍ଡ ଗୁଡ଼ିକ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନାର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମାର ହୋଇଥିବା ଜଣାପଡିଛି। ଅନ୍ୟପଟେ ଏନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା
ମିଳିପାରିନି। ତେବେ ଅଳିଆ ଗଦାରେ ପଡ଼ିଥିବା କାର୍ଡ ଗୁଡ଼ିକ ଉପରେ ଉଇ ଲାଗି ଯାଇଛି। ଏହି କାର୍ଡ ଗୁଡ଼ିକ ବହୁଦିନ ପଡ଼ିଥିବା ସନ୍ଦେହ କରାଯାଉଛି।

Advertisment

ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍ ଓ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ। 

Gajpati Health Card