Advertisment

ସାଇତି ରଖିଥିଲା ପ୍ରେମିକାର ଅଶ୍ଲୀଳ ଭିଡିଓ! ୨ ବର୍ଷ ପରେ ଭାଇରାଲ୍‌ କଲା

ଭଲ ପାଇବା ଭିତରେ ରୀମାଙ୍କୁ ତାଙ୍କର ଅଶ୍ଲୀଳ ଭିଡିଓ ମାଗିଥିଲେ ପ୍ରେମିକ ସିଣ୍ଟୁ। ଆଉ ପ୍ରେମିକଙ୍କ କଥାରେ ରାଜି ହୋଇ ରୀମା ନିଜର ଅଶ୍ଲୀଳ ପଠାଇଥିଲେ। ଦୀର୍ଘ ଦୁଇ ବର୍ଷ ଧରି ସିଣ୍ଟୁ ସେହି ଭିଡିଓକୁ ସାଇତି ରଖିଥିଲା।

Naked Video

Naked Video

Advertisment

ବାହା ହେବ ବୋଲି କହି ପ୍ରେମିକାକୁ ମାଗିଥିଲା ତା’ର ଅଶ୍ଲୀଳ ଭିଡିଓ। ଆଉ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରେମିକର କଥାରେ ଅଶ୍ଲୀଳ ଭିଡିଓ ପାଇଥିଲେ ପ୍ରେମିକା। ଦୁଇ ବର୍ଷ ପରେ ସେହି ଭିଡିଓକୁ ଭାଇରାଲ୍‌ କରିଦେଇଥିଲା ପ୍ରେମିକ। ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି ପ୍ରେମିକାଙ୍କ ଉଲ୍ଲଗ୍ନ ଭିଡ଼ିଓ। ଏପରି ଅଭିଯୋଗ ଗଜପତି ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି।

Advertisment

ଖଜୁରୀପଦା ଫାଣ୍ଡି ଅଞ୍ଚଳର ଝାଲରସିଂ ଗାଁର ସିଣ୍ଟୁ ମିଶାଲ ନୂଆଗଡ ଅଞ୍ଚଳର ରୀମା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ରୀମା ମଧ୍ୟ ତାଙ୍କୁ ଭଲ ପାଉଥିଲେ। ବିବାହ କରିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ଭଲ ପାଇବା ଭିତରେ ରୀମାଙ୍କୁ ତାଙ୍କର ଅଶ୍ଲୀଳ ଭିଡିଓ ମାଗିଥିଲେ ପ୍ରେମିକ ସିଣ୍ଟୁ। ଆଉ ପ୍ରେମିକଙ୍କ କଥାରେ ରାଜି ହୋଇ ରୀମା ନିଜର ଅଶ୍ଲୀଳ ପଠାଇଥିଲେ। ଦୀର୍ଘ ଦୁଇ ବର୍ଷ ଧରି ସିଣ୍ଟୁ ସେହି ଭିଡିଓକୁ ସାଇତି ରଖିଥିଲା।

ରୀମା ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଛନ୍ତି। ତାଙ୍କର ବାହାଘର ପାଇଁ ପରିବାର ଲୋକ ପୁଅ ଠିକ୍‌ କରିଥିଲେ। କୌଣସି ସୂତ୍ରରୁ ଏ ସମ୍ପର୍କରେ ଜାଣିବାକୁ ପାଇଲେ ସିଣ୍ଟୁ। ରୀମାଙ୍କୁ ବାହା ହେବା ପାଇଁ ଅଡି ବସିଲେ। ମାତ୍ର ପରିବାର ଲୋକ ଦେଖିଥିବା ପୁଅଙ୍କୁ ବାହା ହେବେ ବୋଲି ରୀମା ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯାହାକୁ ନେଇ ସିଣ୍ଟୁ ଚିନ୍ତାରେ ପଡ଼ି ଯାଇଥିଲା। ଆଉ ପାଖରେ ଥିବା ଅଶ୍ଲୀଳ ଭିଡିଓଟିକୁ ଭାଇରାଲ୍‌ କରିଦେବେ ବୋଲି ରୀମାଙ୍କୁ ଧମକ ଦେଇଥିଲା।

Advertisment

ସିଣ୍ଟୁଙ୍କ ଏପରି ଧମକକୁ ବେଶୀ ଧ୍ୟାନ ଦେଇନଥିଲେ ରୀମା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଅନ୍ୟ ଜଣେ ଯୁବତୀଙ୍କ ପାଖକୁ ପଠାଇ ଦେଇଥିଲା ସିଣ୍ଟୁ। ତାହା ସହ ଅନ୍ୟ କିଛି ସାଙ୍ଗଙ୍କ ପାଖକୁ ମଧ୍ୟ ପଠାଇ ଦେଇଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ଭିଡିଓ ପାଇଲା ପରେ ତାଙ୍କ ମୁଣ୍ଡକୁ ରୋଜଗାର ପନ୍ଥା ଜୁଟିଥିଲା। ସେ ରୀମାଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ। ୩୦ ହଜାର ଟଙ୍କା ଦେଲେ ଭିଡିଓ ଡିଲିଟ୍‌ ମାରିବି ବୋଲି କହିଥିଲା। ଅନ୍ୟପକ୍ଷରେ ସୋଶାଲ ମିଡ଼ିଆରେ ଭିଡିଓ ଭାଇରାଲ ହୋଇ ରୀମାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା। ଏହା ପରେ ରୀମାଙ୍କ ଅକଲ୍‌ ଗୁଡ଼ୁମ ହୋଇଯାଇଥିଲା।

ରୀମାଙ୍କ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ଅଭିଯୁକ୍ତ ପ୍ରେମିକ ସିଣ୍ଟୁକୁ ଗିରଫ କରିଥିଲା। ତାକୁ ପଚରାଉଚରା କରିବାରୁ ଏହି ଘଟଣାରେ ଜଣେ ଯୁବତୀଙ୍କ ନାଁ ସାମ୍ନାକୁ ଆସିଥିଲା। ପୁଲିସ୍‌ ତାକୁ ଧରିବା ପାଇଁ ଯାଇଥିଲା। ହେଲେ ସେ ପୁଲିସ୍‌କୁ ଚକ୍‌ମା ଦେଇ ଖସି ପଳାଇ ଯାଇଥିଲା। ଅଭିଯୁକ୍ତ ଯୁବତୀକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ମାମଲାରେ ପୁଲିସ ମୋବାଇଲ, ଲପ୍‌ଟପ୍‌ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ କରିଛି।

ରିପୋର୍ଟ-ମୋହନାରୁ ମିହିର ଜତି

Mobile Game Cyber Crime Paralakhemundi Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe