Advertisment

ଜହ୍ଲାଦ ସ୍ୱାମୀ; ସ୍ତ୍ରୀକୁ ବିଲରେ ହାଣିଲା, ମୁଣ୍ଡ ଧରି ଘରେ ପହଞ୍ଚିଲା

ଚନ୍ଦ୍ରଶେଖର ଉର୍ମିଳାଙ୍କୁ ଗତ ୪ ବର୍ଷ ତଳେ ବିବାହ କରିଥିଲେ।

Murder

Murder

Advertisment

ସାତ ଜନମର ସାଥୀ ହେବାପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ହେଲେ ଏହି ପବ୍ରିତ ସମ୍ପର୍କ ଗୋଟିଏ ଜନ୍ମରେ ତୁଟି ଗଲା। କ୍ଷେତରେ ପତ୍ନୀକୁ ହତ୍ୟା କରି କଟା ମୁଣ୍ଡ ଆଣି ଘର ଦାଣ୍ଡରେ ରଖିଦେଲା ଜହ୍ଲାଦ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଉର୍ମିଳା କାର୍ଜି। ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉରା କରୁଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ସ୍ୱାମୀ ଚନ୍ଦ୍ରଶେଖର ଓ ସ୍ତ୍ରୀ ଉର୍ମିଳା ବଗଡକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ। ବିଲରେ କାମ କରୁଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲେ। ଚନ୍ଦ୍ରଶେଖର ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହତ୍ୟା କରିଥିଲା। ଏତିକିରେ ଚନ୍ଦ୍ରଶେଖରର ରାଗ ଶାନ୍ତ ହୋଇନଥିଲା। ପରେ ସ୍ତ୍ରୀର ମୁଣ୍ଡଗଣ୍ଡିକୁ ଧାରୁଆ ଅସ୍ତ୍ରରେ ହାଣି ଅଲଗା କରିଦେଇଥିଲା। ପରେ ସ୍ତ୍ରୀର ମୁଣ୍ଡକୁ ଆଣି ନିଜ ଘର ଦୁଆର ବନ୍ଧରେ ଥୋଇଦେଇଥିଲା  ପିଶାଚ ସ୍ୱାମୀ। ଗ୍ରାମବାସୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଚନ୍ଦ୍ରଶେଖରକୁ ଅଟକ ରଖି ହତ୍ୟାକାଣ୍ଡ ବିଷୟରେ ପଚରାଉଚରା କରୁଛି।

ଚନ୍ଦ୍ରଶେଖର ଉର୍ମିଳାଙ୍କୁ ଗତ ୪ ବର୍ଷ ତଳେ ବିବାହ କରିଥିଲେ। ବିବାହପରେ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା।

Advertisment
Odisha Police Murder Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe