Advertisment

୮ ଦିନ ପରେ ମଲା ଲୋକ ବଞ୍ଚିଲା!

ସ୍ତ୍ରୀଙ୍କ ସହିତ ମନାନ୍ତର ପରେ ନାଟକ ରଚିଥିଲେ ଶରତ। ଗତ ୬ ତାରିଖରେ ସେ ନିଜ ଘରକୁ ଭିଡିଓ କଲ୍‌ କରିଥିଲେ। ଦୁର୍ବୃତ୍ତମାନେ ତାମିଲନାଡୁକୁ ଅପହରଣ କରିନେଇଥିବା ଶରତ କହିଥିଲା। ତା’ର କିଛି ସମୟ ପରେ ସେ ନିଜ ମୋବାଇଲ୍‌ ଫୋନରୁ ମୃତ ଫଟୋଟିଏ ଘରକୁ ପଠାଇଥିଲା।

Mohana

Mohana

Advertisment

୮ ଦିନ ତଳେ ମରି ଯାଇଥିଲେ। ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ପତ୍ନୀ ଓ ପିଲା। ପରିବାର ଓ ସମ୍ପର୍କୀୟ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ। ବାପ ଛେଉଣ୍ଡ ପିଲାଙ୍କୁ ଏ ଦୁନିଆରେ କିଏ ମଣିଷ କରିବ? ସେହି ଚିନ୍ତାରେ ଥିଲା ପୂରା ପରିବାର। ହେଲେ ମରିବାର ୮ ଦିନ ପରେ ଜିଇଁ ଉଠିଥିଲେ ଶରତ ପରିଚ୍ଛା। ତାହାହେଲେ ଏଠି ପ୍ରଶ୍ନ ଉଠୁଥିବ ସେ ମଲେ କେମିତି? ଆଉ ବଞ୍ଚିଲେ କେମିତି?

Advertisment

ପୂରା ଘଟଣା ଏମିତି। ଗଜପତି ଜିଲ୍ଲାର ଅଡବା ଥାନା ବାରିଆପଦା ଗାଁର ଶରତ ପରିଚ୍ଛା। ପରିବାର କହିଲେ ପତ୍ନୀ, ତିନି ପିଲା ଓ ସମ୍ପର୍କୀୟ। ସେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରେ କାମ କରିବା ପରିବର୍ତ୍ତେ ବିଭିନ୍ନ ଅନୈତିକ କାମରେ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଜାନୁଆରୀ ମାସଠାରୁ ଘରକୁ ଟଙ୍କା ପଠାଉ ନଥିଲେ। ଘର ଚଳାଇବାରେ ଅସୁବିଧା ହେବାରୁ ପତ୍ନୀ, ଶରତଙ୍କ ପାଖକୁ ଫୋନ୍‌ କରି ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ପଠାଉନଥିଲେ। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ସ୍ତ୍ରୀଙ୍କ ସହିତ ମନାନ୍ତର ପରେ ନାଟକ ରଚିଥିଲେ ଶରତ। ଗତ ୬ ତାରିଖରେ ସେ ନିଜ ଘରକୁ ଭିଡିଓ କଲ୍‌ କରିଥିଲେ। ଦୁର୍ବୃତ୍ତମାନେ ତାମିଲନାଡୁକୁ ଅପହରଣ କରିନେଇଥିବା ଶରତ କହିଥିଲା। ତା’ର କିଛି ସମୟ ପରେ ସେ ନିଜ ମୋବାଇଲ୍‌ ଫୋନରୁ ମୃତ ଫଟୋଟିଏ ଘରକୁ ପଠାଇଥିଲା। ଶରତଙ୍କ ମୃତ ଫଟୋ ଦେଖିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ତା’ପର ଦିନ ଅର୍ଥାତ ୭ ତାରିଖରେ ପରିବାର ଲୋକେ ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଶରତଙ୍କ ମୋବାଇଲ୍‌ ଫୋନକୁ ନେଇ ଟ୍ରକ୍‌ କରିଥିଲା। ପୁଲିସ୍‌ର ଯାଞ୍ଚ ବେଳେ ଶରତର ମୋବାଇଲ୍‌ ଲୋକେଶନ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ପରେ ଏସ୍‌ପିଙ୍କ ତତ୍ତ୍ଵାବଧାନରେ ଏକ ପୁଲିସ ଟିମ୍‌ ମୁମ୍ବାଇ ଯାଇଥିଲା। ସେଠାରୁ ତାକୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ପୁଲିସ୍‌।

ରିପୋର୍ଟ-ମୋହନାରୁ ମିହିର ଜତି

Paralakhemundi Crime Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe