Advertisment

ଏସିଏଫ୍‌ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ NBW

୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିର ଏସିଏଫ୍‌ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରୀ କ୍ୱାର୍ଟର୍ସରେ ରହିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Bidya

Bidya

ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ବିରୋଧରେ NBW। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି ହୋଇଛି। ୩ ଜଣଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି ପାରଳାଖେମୁଣ୍ଡି SDJM କୋର୍ଟ। ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ।

Advertisment

୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିର ଏସିଏଫ୍‌ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରୀ କ୍ୱାର୍ଟର୍ସରେ ରହିଥିଲେ। ରାତି ପ୍ରାୟ ୯ଟା ହେବ ସୌମ୍ୟଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ କହିଥିଲେ। ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ବନ ବିଭାଗ ଗାଡ଼ିରେ ସୌମ୍ୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ତା’ ପର ଦିନ ତାଙ୍କୁ କଟକର ଏକ ପ୍ରାଇଭେଟ୍‌ ମେଡିକାଲ୍‌ରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା।

ସୌମ୍ୟଙ୍କ ମୃତ୍ୟୁ ପରେ ସନ୍ଦେହ ଘେରକୁ ଆସିଥିଲେ ବିଦ୍ୟାଭରତୀ। ଡିଏଫ୍‌ଓଙ୍କ ପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ଅନୈତିକ ସମ୍ପର୍କ ନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ମାମଲା ଉପରୁ ପର୍ଦ୍ଦା ହଟାଇବା ପାଇଁ ପୁଲିସ ସୌମ୍ୟଙ୍କ ରୋଷେୟା, ଡିଏଫ୍‌ଓ, ବିଦ୍ୟା ଓ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ପରେ ପାରଳାଖେମୁଣ୍ଡିର ପୂର୍ବତନ ଏସ୍‌ପି ଡିଏଫ୍‌ଓ ଓ ରୋଷେୟାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଯାହାକୁ ସୌମ୍ୟଙ୍କ ପରିବାର ଲୋକ ବିରୋଧ କରିଥିଲେ। ମାମଲାରେ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଗିରଫ ନହେଲେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲେ ଡିଜିପି।

Advertisment
Crime ACFO Death Bidyabharati Gajapati District