ପରଦା ହଟୁନି, କାହାଣୀର ମୁଖ୍ୟ ଚରିତ୍ର ବାକି

ଗଜପତି( ଆଦର୍ଶ ଦାସ୍‌): ଯେଉଁ ଖିଅକୁ  ପୁଲିସ ଛାଡ଼ି ଦେଇଥିଲା ସେଇଠୁ ଧରିଲା କ୍ରାଇମବ୍ରାଞ୍ଚ। ସନ୍ଦେହ ଘେରକୁ ଆଉ କିଛି ଲୋକ ମଧ୍ୟ ଆସିଲେ। ସେମାନଙ୍କୁ ମାରାଥନ ଜେରା ବି ହେଲା। ଆଗରୁ ଅଭିଯୁକ୍ତ ଥାଇ ଜେରା ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଛାଡ଼ିନି କ୍ରାଇମବ୍ରାଞ୍ଚ । ତଦନ୍ତର ଏମିତି ୮ ଦିନ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ହାତଖାଲି। ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ହଟିନି ପରଦା। ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ […]

bidya & soumya

bidya & soumya

Tapas Behera
  • Published: Monday, 23 August 2021
  • Updated: 23 August 2021, 05:51 PM IST

Sports

Latest News

ଗଜପତି( ଆଦର୍ଶ ଦାସ୍‌): ଯେଉଁ ଖିଅକୁ  ପୁଲିସ ଛାଡ଼ି ଦେଇଥିଲା ସେଇଠୁ ଧରିଲା କ୍ରାଇମବ୍ରାଞ୍ଚ। ସନ୍ଦେହ ଘେରକୁ ଆଉ କିଛି ଲୋକ ମଧ୍ୟ ଆସିଲେ। ସେମାନଙ୍କୁ ମାରାଥନ ଜେରା ବି ହେଲା। ଆଗରୁ ଅଭିଯୁକ୍ତ ଥାଇ ଜେରା ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଛାଡ଼ିନି କ୍ରାଇମବ୍ରାଞ୍ଚ । ତଦନ୍ତର ଏମିତି ୮ ଦିନ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ହାତଖାଲି। ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ହଟିନି ପରଦା। ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପାଖାପାଖି ୧୪ ଜଣଙ୍କୁ ଜେରା କରିସାରିଥିବା ବେଳେ ଏବେ  କେବଳ ବିଦ୍ୟାଭାରତୀ ବାକି ଅଛନ୍ତି।

ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍ ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ମୁଖ୍ୟାଳୟକୁ ଫେରିଯାଇଛି । ହେଲେ ପ୍ରାୟ ୮ଦିନ କାଳ ପାରଳାଖେମୁଣ୍ଡିରେ ରହି ତଦନ୍ତ କରିଥିବା କ୍ରାଇମବାଞ୍ଚ ଟିମ୍ ଏହି ସମୟରେ ହସ୍ତଗତ କରିଥିବା ତଥ୍ୟକୁ ତର୍ଜମା କରୁଛି । ଅତିଶୀଘ୍ର ବିଦ୍ୟାଭାରତୀଙ୍କ ନିକଟରେ ପହଞ୍ଚି ଜେରା କରିବା ପାଇଁ ସଜବାଜ ହେଉଛି ଟିମ୍ । ବିଦ୍ୟାଭାରତୀଙ୍କୁ ଜେରା ସମୟରେ ସତ ଓଗାଳିବା ପାଇଁ ପ୍ରୟାସ କରିବ । ତେଣୁ ଘଟଣା ସହ ଜଡିତ ବିଭିନ୍ନ ପ୍ରଶ୍ନକୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ପ୍ରାୟ ୩୨ଦିନ ଧରି କରିଥିଲା ଗଜପତି ଜିଲ୍ଲା ପୁଲିସ୍ । ହେଲେ କୌଣସି ନିର୍ଯ୍ୟାସରେ ପହଂଚିପାରିନଥିଲା । ତେଣୁ ଏହି ଦାୟିତ୍ୱ କ୍ରାଇମବାଞ୍ଚକୁ ଦିଆଯାଇଛି । ଏହି ହାଇପ୍ରୋଫାଇଲ୍ ଘଟଣାର ତଦନ୍ତ ପାଇଁ ଅଗଷ୍ଟ ୧୪ତାରିଖ ଦିନ କ୍ରାଇମବାଞ୍ଚ  ଟିମ୍ ପାରଳାଖେମୁଣ୍ଡିରେ ପହଂଚିଥିଲା। । ୨୧ତାରିଖ ଯାଏଁ ପାରଳାଖେମୁଣ୍ଡିରେ ରହିଥିଲା ଏହି ଟିମ୍ । ଏହି ୮ଦିନ ମଧ୍ୟରେ ତଥାକଥିତ ଘଟଣାସ୍ଥଳ ମୃତ ସୌମ୍ୟ ସରକାରୀ ବାସଭବନକୁ ଯାଇ ଛାନଭିନ କରିବା ସହ ପୂର୍ବରୁ ପୁଲିସ କରିଥିବା ତଦନ୍ତରୁ ଆସିଥିବା ତଥ୍ୟର ତର୍ଜମା କରିଥିଲା । ସେହିପରି ଘଟଣାରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ୧୪ଜଣଙ୍କୁ ଡାକି ଜେରା ମଧ୍ୟ କରିଥିଲା । ଏହାପରେ ଟିମ୍ ଫେରିଛି ମୁଖ୍ୟାଳୟକୁ । ଏହି ୮ଦିନର ତଦନ୍ତ ଏବଂ ଜେରା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିଥିବା କୁହାଯାଉଛି । ତେଣୁ ସେସବୁ ତଥ୍ୟକୁ ବର୍ତମାନ ତଦନ୍ତକାରୀ ଦଳ ତର୍ଜମା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ମଧ୍ୟ ନିର୍ଣ୍ଣୟ କରୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନିଟରେ ପହଂଚିବ ତଦନ୍ତକାରୀ ଦଳ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚଳାଇଛି । ତେବେ ପ୍ରଥମ ପର୍ଯ୍ୟାୟ ତଦନ୍ତ ବେଳେ କେତେକ ବ୍ୟକ୍ତି ମିଛ କହିଥିବା ବେଳେ କେତେକ ସଂପୂର୍ଣ୍ଣ ସହଯୋଗ କରିନାହାନ୍ତି । ତେଣୁ ତଦନ୍ତକାରୀ ଦଳ ପୁଣିଥରେ ସେମାନଙ୍କୁ ଜେରା କରିବା ସହ ଆବଶ୍ୟକ ହେଲେ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛି

କ୍ରାଇମବ୍ରାଞ୍ଚ ଟିମ୍ ତାର ପ୍ରଥମ ପର୍ଯ୍ୟାୟ ତଦନ୍ତ ବେଳେ ଘଟଣାର ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ ଏବଂ ଡିଏଫଓ ସଂଗ୍ରାମ କେଶରୀ ବେହାରାଙ୍କ  ସମେତ ଦୁଇଜଣ ଏସିଏଫ ଭାସ୍କର ରାଓ, ଗୌରୀ ରଥ, ବନ କର୍ମଚାରୀ ଆକାଶ ପ୍ରଧାନ,ଡିଏଫଓଙ୍କ ଫାଟକ ଜଗୁଆଳି ସନ୍ତୋଷ ବିଶ୍ୱାଳ, ମାଳି ଅଜୟ ବେହେରା, ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲା । ସେହିଭଳି ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇଜଣ ଡାକ୍ତର ଅଭିଳାଷ ପଣ୍ଡା, କିଶୋର ଚନ୍ଦ୍ର ବେହେରା ଏବଂ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ କାନୀ ଏବଂ ଗୁରାଣ୍ଡି ଥାନା ଅଧିକାରୀ ମମତା ରାଣୀ ପଣ୍ଡାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଥିଲା । ଜେରା ବେଳେ ଜଗୁଆଳି ଘଟଣା ଦିନ ସେହି ସ୍ଥାନରେ ଜିଲ୍ଲାପାଳ ଉପସ୍ଥିତ ଥିବା ନେଇ ଚାଞ୍ଚଲ୍ୟକର ବୟାନ ଦେଇଥିଲେ ।

ସେହିଭଳି ଡାକ୍ତରଙ୍କୁ ପଚରା ଉଚୁରା ବେଳେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟଙ୍କୁ ମେଡିକାଲରେ ଭର୍ତି କରିବା ସମୟରେ ସେ ଅଚେତ ଥିଲେ ଏବଂ ଆଶୁ ଚିକିତ୍ସା ପରେ ଚେତା ଫେରିଥିଲା ବୋଲି କହିବା ସହ ତାଙ୍କ ଆବସ୍ଥା ସ୍ଥିର କରିବା ପାଇଁ ସମୟ ଲାଗିଥିବାରୁ ସ୍ଥାନାନ୍ତର ବିଳମ୍ବ ହୋଇଥିବା କହିଥିଲେ । ହେଲେ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ହେବା ବେଳକୁ ଡିଏଫଓ ସେଠାରେ ଉପସ୍ଥିତ ନଥିବା କହିଥିଲେ । ସେହି ସମାନ କଥା ଡିଏଫଓ ବି କହିଛନ୍ତି । ତେବେ ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲୁଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ହେବା ବେଳେ ଡିଏଫଓ ସେଠାରେ ଉପସ୍ଥିତ ଅଛନ୍ତି। ତେଣୁ ଉଭୟ ଡାକ୍ତର ଏବଂ ଡିଏଫଓ ମିଛ କହୁଥିବା ସନ୍ଦେହ କରାଯାଉଛି  । ତେଣୁ ସେମାନେ ଏଭଳି ମିଛ କହିବା ପଛରେ ଏକ ଷଡଯନ୍ତ୍ର ରହିଥିବା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ମାନବାଧିକାର କର୍ମୀ ପ୍ରନୋଜ ପଟ୍ଟନାୟକ । ତେବେ ସୌମ୍ୟ ମୃତ୍ୟୁର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏହା ପଛର ଥିବା ସତ୍ୟକୁ ସାମ୍ନାକୁ ଆଣିବ ନା ଅନ୍ୟ ମାମଲା ଭଳି ଫାଇଲ ତଳେ ଚାପି ହୋଇଯିବ ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story