Advertisment

କଡ଼ ଲେଉଟାଇଲା ACF ମୃତ୍ୟୁ ମାମଲା; ପତ୍ନୀ, DFO ଓ ରୋଷେୟାଙ୍କୁ ନୋଟିସ୍‌

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ନୋଟିସ୍‌ କରାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
ACF Soumya and Bidya

ACF Soumya and Bidya

ପୁଣି ଥରେ ଚର୍ଚ୍ଚାକୁ ଆସିଛି ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା (302) ଓ ଅପରାଧୀକ ଷଡ଼ଯନ୍ତ୍ର ରଚିବା(120/B) ଦଫାରେ ବିଚାର ହେବ। ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ନୋଟିସ୍‌ କରାଯାଇଛି।

Advertisment

ଓକିଲଙ୍କ କହିବା ଅନୁସାରେ, ଅଭିରାମ ମହାପାତ୍ର କରିଥିବା ଏତଲାରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଦର୍ଶାଇଥିଲେ। ଆଉ ହତ୍ୟାରେ ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି ଥିବା ଏତଲାରେ ଦର୍ଶାଇଥିଲେ। ସେମାନଙ୍କ ନାଁରେ ପୁଲିସ୍‌ ଦଫା ୩୦୨ରେ ମାମଲା ରୁଜୁ କରିଥିଲା। ହତ୍ୟା ନେଇ ପର୍ଯ୍ୟାପ୍ତ ପ୍ରମାଣ ଥିବା ସତ୍ତ୍ୱେ କ୍ରାଇମବ୍ରାଞ୍ଚ ଏହାକୁ ଦୁର୍ଘଟଣାର ରୂପ ଦେଇଥିଲା। ଆଉ ଚାର୍ଜସିଟ୍‌ରେ ୩୦୪(A), ୨୮୫ ଆଇପିସିରେ ମାମଲା ରୁଜୁ କରିଥିଲା। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌ରେ ଅସନ୍ତୋଷ ପ୍ରକାଶ କରି ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ କେସ୍‌ ଫାଇଲ୍‌ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ଯାହାକୁ ହାଇକୋର୍ଟ ଗ୍ରହଣ କରି ନୋଟିସ୍‌ ଜାରି କରିଥିଲେ। ଯାହା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି ବୋଲି ଅଭିରାମଙ୍କ ଓକିଲ କହିଛନ୍ତି।

ସେ ଆହୁରି କହିଛନ୍ତି, ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଏକ ପ୍ରଟେଷ୍ଟ ପିଟିସନ୍‌ ଫାଇଲ୍‌ କରିଥିଲେ। ସେଥିରେ ହତ୍ୟା ନେଇ ସେ ପର୍ଯ୍ୟାପ୍ତ ପ୍ରମାଣ ଦେଇଥିଲେ। ସେହି ପ୍ରମାଣକୁ ଆଧାର କରି ଏସ୍‌ଡିଜେଏମ୍‌ ୩୦୨(ହତ୍ୟା), ୧୨୦(B) (ଅପରାଧୀକ ଷଡଯନ୍ତ୍ର)ରେ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କୁ ନୋଟିସ୍‌ କରିଛନ୍ତି ବୋଲି ଅଭିରାମଙ୍କ ଓକିଲ କହିଛନ୍ତି।

Advertisment
ACF Soumya and Bidyaଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା

ସୂଚନାରୁ ପ୍ରକାଶ, ବାହାଘର ପରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଆସିଥିଲେ ସୌମ୍ୟ। ତେବେ ୨୦୨୧ ଜୁଲାଇ ୧୨ ତାରିଖ ସନ୍ଧ୍ୟା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ସ୍ୱାମୀଙ୍କ ଦେହରେ ନିଆଁ ଲାଗିଥିବା ଦେଖି ବିଦ୍ୟାଭାରତୀ ଆଖପାଖ ଲୋକଙ୍କୁ ଡାକିଥିଲେ। ପରେ ତାଙ୍କୁ ପାରଳାଖେମୁଣ୍ଡି ମେଡ଼ିକାଲ୍‌କୁ ନେଇଥିଲେ। ମାତ୍ର ସେଠାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ନିଆଯାଇଥିଲା। ସେଠାରେ ବର୍ଣ୍ଣ ୱାର୍ଡ ନଥିବାରୁ ତାଙ୍କୁ କଟକ ସ୍ଥିତ ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ରିପୋର୍ଟ-ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ

Balasore Paralakhemundi Acf Acfo Soumya Death Mystery