Advertisment

ଓଡ଼ିଶା ସୀମାରେ ଆନ୍ଧ୍ରର ପୋଖରୀ ଖନନ!

ଗଜପତି (ଆଦର୍ଶ ଦାଶ): ପୁଣି ଦେଖାଦେଇଛି ଆନ୍ଧ୍ର-ଓଡ଼ିଶା ବିବାଦ। ଆନ୍ଧ୍ର ସୀମାନ୍ତ ଚମ୍ପାପୁର ଗାଁ ନିକଟରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମନରେଗା ମାଧ୍ୟମରେ ଏକ ପୋଖରୀ ଖନନ କାମ ଚାଲିଛି। ତେବେ ପୋଖରୀ ଖନନ ହେଉଥିବା ସ୍ଥାନଟି ଓଡ଼ିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ସରକାର ଜୋର୍ ଜବରଦସ୍ତ କାମ ଜାରି ରଖିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କରୋନା ମୁକାବିଲାରେ ବ୍ୟସ୍ତ ଥିବା […]

author-image
Ranjit Kumar Jena
ଓଡ଼ିଶା ସୀମାରେ ଆନ୍ଧ୍ରର ପୋଖରୀ ଖନନ!

border

ଗଜପତି (ଆଦର୍ଶ ଦାଶ): ପୁଣି ଦେଖାଦେଇଛି ଆନ୍ଧ୍ର-ଓଡ଼ିଶା ବିବାଦ। ଆନ୍ଧ୍ର ସୀମାନ୍ତ ଚମ୍ପାପୁର ଗାଁ ନିକଟରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମନରେଗା ମାଧ୍ୟମରେ ଏକ ପୋଖରୀ ଖନନ କାମ ଚାଲିଛି। ତେବେ ପୋଖରୀ ଖନନ ହେଉଥିବା ସ୍ଥାନଟି ଓଡ଼ିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ସରକାର ଜୋର୍ ଜବରଦସ୍ତ କାମ ଜାରି ରଖିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କରୋନା ମୁକାବିଲାରେ ବ୍ୟସ୍ତ ଥିବା ଗଜପତି ଜିଲ୍ଲା ପ୍ରଶାସନ କିନ୍ତୁ ଏହାକୁ ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଆଶ୍ଚର୍ଯ୍ୟ କରିଛି।

Advertisment

ଆନ୍ଧ୍ର ସୀମାକୁ ଲାଗି ରହିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଗଙ୍ଗାବାଡ ପଞ୍ଚାୟତ। ଏହି ପଞ୍ଚାୟତର ବିଭିନ୍ନ ଗାଁରେ ଆନ୍ଧ୍ର ସରକାର ଅନେକ ଜନହିତକର କାମ କରିବା ସହ ଏଠାକାର ଲୋକଙ୍କୁ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ କରି ପ୍ରଲୋଭିତ କରିବା କିଛି ନୂଆ କଥା ନୁହେଁ। ଏହା ବାରମ୍ବାର ଘଟୁଛି। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କେତେକ କ୍ଷେତ୍ରରେ ଆନ୍ଧ୍ର ସରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି। ନଚେତ କେବଳ ସରକାର କିମ୍ବା ପ୍ରଶାସନ ଉପରେ ଭରସା କରିଥିଲେ ହୁଏତ କେଉଁ କାଳରୁ କୋରାପୁଟର କୋଟିଆ ଭଳି ଏହି ଅଞ୍ଚଳରେ ମଧ୍ୟ ଆନ୍ଧ୍ର ନିଜର ଦାଦାଗିରି ପ୍ରଦର୍ଶନ କରିସାରନ୍ତାଣି।

ଯଦିଓ ଏହି ଅଞ୍ଚଳରେ ପ୍ରୟାସ ଜାରି ରଖିଛି କିନ୍ତୁ ସଂପୂର୍ଣ୍ଣ ସଫଳ ହୋଇପାରିନାହିଁ। ବର୍ତ୍ତମାନ ଚମ୍ପାପୁର ନିକଟରେ ଆନ୍ଧ୍ରର ମଞ୍ଜୁଷା ମଣ୍ଡଳ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ଏକ ପଖୋରୀ ଖନନ କାମ ଆରମ୍ଭ ହୋଇଛି। ଏଠାରେ ପ୍ରତିଦିନ ଆନ୍ଧ୍ରର ଲୋକେ କାମ କରୁଛନ୍ତି। ତେବେ ପୋଖରୀ ଖନନ ହେଉଥିବା ସ୍ଥାନଟି ଓଡ଼ିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ସେଠାରେ ପୋଖରୀ ଖୋଳା ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ଵେ ଆନ୍ଧ୍ର ଅଧିକାରୀମାନେ ଭୃକ୍ଷେପ ନକରି କାମ ଜାରି ରଖିଛନ୍ତି।

Advertisment

ଏନେଇ ଗଜପତି ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି। ଫଳରେ ଏବେବି କାମ ଜାରି ରହିଛି। ଏହି ସ୍ଥାନକୁ ନେଇ ସୀମାନ୍ତ ଅଞ୍ଚଳରେ ଥିବା ଲୋକେ ନିଜର ବୋଲି ଦାବି କରିଛନ୍ତି। ଓଡ଼ିଶାର ଲୋକେ ଏହି ସ୍ଥାନକୁ ନିଜର ବୋଲି କହୁଥିବା ବେଳେ ଆନ୍ଧ୍ରର ଲୋକେ ମଧ୍ୟ ଏହାକୁ ନିଜର ବୋଲି କହୁଛନ୍ତି। ତେଣୁ ଏଠାରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି।

ସୀମାକୁ ନେଇ ଆନ୍ଧ୍ର ସବୁବେଳେ ନିଜର ଦାଦାଗିରି ପ୍ରଦର୍ଶନ କରିଆସିଛି। ହେଲେ ସବୁଥର ଉପଯୁକ୍ତ ଜବାବ ଦେବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ବର୍ତ୍ତମାନ ଯେଉଁ ସ୍ଥାନରେ ପୋଖରୀ ଖନନ ଚାଲିଛି, ଗତବର୍ଷ ସେହି ସାମନ ସ୍ଥାନରେ ଜମିକୁ ନେଇ ବିବାଦ ଦେଖାଦେଇଥିଲା। ସେତେବେଳେ ଉଭୟ ଗଜପତି ଏବଂ ଶ୍ରୀକାକୁଲମ ଜିଲ୍ଲାର ରାଜସ୍ବ ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ କରାଯାଇଥିଲା। ଯେଉଁଥିରେ ଏହି ସ୍ଥାନ ଓଡିଶାର ବୋଲି ସ୍ପଷ୍ଟ ହୋଇଥିଲା।

ହେଲେ ମାପଚୁପ ବେଳେ ପୋତାଯାଇଥିବା ପଥରଗୁଡିକୁ ହଟାଇ ଦିଆଯାଇ ବର୍ତ୍ତମାନ କାମ କରାଯାଉଛି। ଯାହାକି ଆନ୍ଧ୍ରର ଦାଦାଗିରିକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏଭଳି ସ୍ଥିତିରେ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଅତିଶୀଘ୍ର ଏହାର ତଦନ୍ତ କରାଯାଇ ଆବଶୟକୀୟ ପଦେକ୍ଷପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି।