ସୌମ୍ୟ ମୃତ୍ୟୁ ମାମଲାରେ ଥାନା ଅଧିକାରୀ ମମତାଙ୍କୁ ଘନଘନ ଜେରା

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଶୁକ୍ରବାର ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିବା ବେଳେ ପୂର୍ବତନ ତଦନ୍ତକାରୀ ଅଧିକାରୀ ବିବେକାନନ୍ଦ ସ୍ଵାଇଁଙ୍କ ସହ ଆଲୋଚନା କରିଛି। ହେଲେ ଆଜିର ଜେରା ସଂପର୍କରେ ମମତା କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ସେ ତଦନ୍ତରେ ସହଯୋଗ କରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ଏହି ଘଟଣାରେ ସହଯୋଗ ପାଇଁ ମମତାଙ୍କୁ କୌଣସି […]

mamata-panda

Ranjit Kumar Jena
  • Published: Friday, 20 August 2021
  • , Updated: 20 August 2021, 09:20 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଶୁକ୍ରବାର ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିବା ବେଳେ ପୂର୍ବତନ ତଦନ୍ତକାରୀ ଅଧିକାରୀ ବିବେକାନନ୍ଦ ସ୍ଵାଇଁଙ୍କ ସହ ଆଲୋଚନା କରିଛି। ହେଲେ ଆଜିର ଜେରା ସଂପର୍କରେ ମମତା କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ସେ ତଦନ୍ତରେ ସହଯୋଗ କରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ଏହି ଘଟଣାରେ ସହଯୋଗ ପାଇଁ ମମତାଙ୍କୁ କୌଣସି ବିଭାଗୀୟ ନିର୍ଦ୍ଦେଶ ନଥିବା ବେଳେ ସେ କେଉଁ କାରଣରୁ ଆସିଥିଲେ ତାହାର ତଦନ୍ତ କରାଯିବ ବୋଲି ପୂର୍ବତନ ଏସପି କହିଥିବା ବେଳେ ଏବେ ଏସଡିପିଓଙ୍କ ନିର୍ଦ୍ଦେଶରେ ଆସିଥିବା ତଦନ୍ତ ବେଳେ କହିବା ଘଟଣାକୁ ଆହୁରି ରହସ୍ୟ ଭିତରକୁ ଠେଲି ଦେଇଛି।

ଯେହେତୁ ମମତା ପଣ୍ଡା ବିଦ୍ୟାଭାରତୀଙ୍କ ଜଣେ ଦୂର ସମ୍ପର୍କୀୟ। ତେଣୁ ବିଦ୍ୟାଙ୍କ ମା’ଙ୍କ ଅନୁରୋଧ କ୍ରମେ ମମତା ଘଟଣା ଦିନ ମେଡିକାଲକୁ ଯାଇଥିବା ଜଣାପଡିଛି। ସେହିଭଳି ସୌମ୍ୟଙ୍କ ସରକାରୀ ବାସଭବନରେ ଘଟଣା ଦିନ ରାତିରେ ପୁଲିସ ବିଭିନ୍ନ ସାମଗ୍ରୀ ଜବତ କରୁଥିବା ବେଳେ ପାରଳାଖେମୁଣ୍ଡି ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ମମତା ସହଯୋଗ କରିଥିବା କ୍ରାଇମବାଞ୍ଚ ଡିଏସପି କହିଛନ୍ତି। ତେବେ ଘଟଣାର କିଛି ଦିନ ପରେ ମମତା ପଣ୍ଡା ଗୁରାଣ୍ଡିରୁ ଆସି ତଦନ୍ତରେ ସହାୟତା କରିବା ନେଇ ଗଣମାଧ୍ୟମର ପ୍ରଶ୍ନରେ ତତ୍କାଳୀନ ଏସପି ତପନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଏବଂ କହିଥିଲେ ଯେ ମମତାଙ୍କୁ ସେଭଳି କୌଣସି ବିଭାଗୀୟ ନିର୍ଦ୍ଦେଶ ଦିଆଯାଇନାହିଁ। ହେଲେ ବର୍ତ୍ତମାନ ଏସଡିପିଓଙ୍କ ନିର୍ଦ୍ଦେଶ କଥା ସାମ୍ନାକୁ ଆସିଛି।

ଜେରା ବେଳେ ଜଗୁଆଳି କହିଥିଲେ ଯେ ଘଟଣା ଦିନ ସେହି ସ୍ଥାନରେ ଜିଲ୍ଲାପାଳ ଉପସ୍ଥିତ ଥିଲେ। ଯାହାପରେ ଜିଲ୍ଲାପାଳ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି। ସେହିଦିନ ଜିଲ୍ଲାପାଳ କାହିଁକି ସେଠାକୁ ଯାଇଥିଲେ ଏବଂ ଏହି ରହସ୍ୟଜନକ ମୃତ୍ୟୁ ଘଟଣା ସହ ତାଙ୍କ ସଂପର୍କ କଣ, ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏଭଳି ବାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାର ୭୨ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଜିଲ୍ଲାପାଳ ପଦୁଟିଏ ବି କହୁନାହାନ୍ତି।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ପୋଡି ହୋଇ ମୃତ୍ୟୁ ଘଟଣାର ରହସ୍ୟ ଭେଦ କରିବାରେ ପାରଳାଖେମୁଣ୍ଡି ପୁଲିସ ବିଫଳ ହେବା ପରେ ଏହି ଦାୟିତ୍ୱ ନେଇଛି କ୍ରାଇମବାଞ୍ଚ। ଗତ ଜୁଲାଇ ୧୨ତାରିଖ ରାତିର ଘଟଣା ପଛର ସତ ଲୋକଲୋଚନକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ପୁରା ଦମ୍ ଲଗାଇଛି। ଗତ ୧୪ତାରିଖ ଦିନ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ସିଧା ମୃତ ସୌମ୍ୟ ସରକାରୀ ବାସଭବନକୁ ଯାଇ ଛାନଭିନ କରିଥିଲା। ୧୬ତାରିଖରୁ ଏହି ଘଟଣାରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଡାକି ପଚରାଉଚରା ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ।

Related story