Advertisment

ଅଟୋ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

ମୋହନା (ମିହିର ଜତି): ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା। ଫଳରେ ଚାଲିଗଲା ଜଣଙ୍କର ଜୀବନ। ଆଉ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଝିଲିକି ଗାଁ ନିକଟରେ। ଝିଲିକି ଗାଁ ନିକଟସ୍ଥ ଆଲିଗଣ୍ଡାରୁ ଏକ ଅଟୋଟି ୮ ଜଣ ଯାତ୍ରୀଙ୍କୁ ନେଇ ଅଡ଼ବା ଅଭିମୁଖେ ଯାଉଥିଲା। ଏହି ସମୟରେ ସାମ୍ନା ପଟୁ ଏକ ବାଇକ୍ ସହ ଅଟୋର ଧକ୍କା ହୋଇଥିଲା। ଅଟୋଟି ଭାରସାମ୍ୟ ହରାଇ […]

author-image
Ranjit Kumar Jena
ଅଟୋ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

accident

ମୋହନା (ମିହିର ଜତି): ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା। ଫଳରେ ଚାଲିଗଲା ଜଣଙ୍କର ଜୀବନ। ଆଉ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଝିଲିକି ଗାଁ ନିକଟରେ।

Advertisment

ଝିଲିକି ଗାଁ ନିକଟସ୍ଥ ଆଲିଗଣ୍ଡାରୁ ଏକ ଅଟୋଟି ୮ ଜଣ ଯାତ୍ରୀଙ୍କୁ ନେଇ ଅଡ଼ବା ଅଭିମୁଖେ ଯାଉଥିଲା। ଏହି ସମୟରେ ସାମ୍ନା ପଟୁ ଏକ ବାଇକ୍ ସହ ଅଟୋର ଧକ୍କା ହୋଇଥିଲା। ଅଟୋଟି ଭାରସାମ୍ୟ ହରାଇ ଅନ୍ୟ ଏକ ଅଟୋ ସହ ଧକ୍କା ହୋଇ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ମୃତକ ଜଣକ ଜଣେ ମହିଳା ବୋଲି ଜଣାପଡ଼ିଛି। ତାଙ୍କ ନାଁ ଶାନ୍ତିଲତା ନାୟକ। ସେ ଦମାଦୁଆ ଗାଁର ବୋଲି ସୂଚନା ମିଳିଛି। ତେବେ ଆହତ ମାନେ ଅଲିଗଣ୍ଡା ଓ ଦମାଦୁଆ ଅଞ୍ଚଳର। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଅଡ଼ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ତଦନ୍ତ କରୁଛି।

Advertisment