Advertisment

କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଆଜି ସକାଳେ ବସନ୍ତ ନିଜ ବାଇକ୍‌ରେ ଘରୁ ବାହାରି କୌଣସି କାମରେ ଅନ୍ତରବା ଯାଉଥିଲେ।

Medical

Medical

Advertisment

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ସ୍କୁଲ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ଗାଲିମେରା ଗାଁର ବସନ୍ତ ବିର।

Advertisment

ଆଜି ସକାଳେ ବସନ୍ତ ନିଜ ବାଇକ୍‌ରେ ଘରୁ ବାହାରି କୌଣସି କାମରେ ଅନ୍ତରବା ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ କାର୍‌ ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବସନ୍ତଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଅର ମୃତ୍ୟୁ ପରେ ପରିବାରରେ  ଶୋକର ଛାୟା ଖେଳିଯାଇଛି। 

Advertisment
Road Accident Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe