Advertisment

ଧସିଲା ମାଟି: ନାବାଳକ ମୃତ, ଆଉ ଦୁଇ ହସ୍ପିଟାଲରେ ଭର୍ତ୍ତି

ଆଜି ଆର ଉଦୟଗିରି ଥାନା ଛେଲ୍ଲିଗଡ଼ ପଞ୍ଚାୟତ ପାଟପାଣି ଗାଁର ଈଶ୍ୱର ରଇତ, ତାଙ୍କ ସାଙ୍ଗ ଭିମା ଶବର(୧୫) ଓ ଗୌତମ ରଇତ (୧୦) ଏକାଠି ହୋଇ ନିକଟସ୍ଥ ନାଳକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Mohana

Mohana

Advertisment

ନଦୀ ପାଖରେ ଖେଳିବା ମହଙ୍ଗା ପଡ଼ିଛି। ନଦୀ ନିକଟରେ ୩ ଜଣ ସାଙ୍ଗ ଖେଳୁଥିବା ବେଳେ ଧସିଛି ମାଟି। ଏହି ମାଟି ତଳେ ଚାପି ହୋଇ ଜଣେ ନାବାଳକ ପ୍ରାଣ ହରାଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଦୁଃଖଦାୟକ ଘଟଣା ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପାଟପାଣି ଗାଁରେ ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ଆର ଉଦୟଗିରି ଥାନା ଛେଲ୍ଲିଗଡ଼ ପଞ୍ଚାୟତ ପାଟପାଣି ଗାଁର ଈଶ୍ୱର ରଇତ, ତାଙ୍କ ସାଙ୍ଗ ଭିମା ଶବର(୧୫) ଓ ଗୌତମ ରଇତ (୧୦) ଏକାଠି ହୋଇ ନିକଟସ୍ଥ ନଦୀକୁ ଯାଇଥିଲେ। ସେଠାରେ ସେମାନେ ବେଶ ହସଖୁସିରେ ଖେଳୁଥିବା ବେଳେ ଘଟିଥିଲା ଅଘଟଣ। ହଠାତ୍‌ ମାଟି ଅତଡ଼ା ଧସିବା ଆରମ୍ଭ କରିଥିଲା। ଫଳରେ ସେଠାରେ ଖେଳୁଥିବା ୩ ଜଣ ଯାକ ସାଙ୍ଗ ମାଟି ତଳେ ଫସି ଯାଇଥିଲେ।

ପରିବାର ଲୋକ ଏକଥା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ ୩ ଜଣଙ୍କୁ ମାଟି ତଳକୁ ବାହାର କରି ଅଚେତ ଅବସ୍ଥାରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଈଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ଏବେ ବି ଭିମା ଓ ଗୌତମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ଅବସ୍ଥା ସ୍ଥିର ରହିଛି ଓ ସେମାନେ ବିପଦ ମୁକ୍ତ ରହିଛନ୍ତି। ତେବେ ଈଶ୍ୱରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଚ୍ଛାୟା ଖେଳି ଯାଇଛି। 

Advertisment
Odisha Land Slide Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe