Advertisment

୨୫ ଲକ୍ଷର ଲୋଭ ଦେଖାଇ ୨୮୫୦୦ ଟଙ୍କା ଠକି ନେଇଥିଲା, ଯାଜପୁରରୁ ଧରାପଡ଼ିଲା

ମାମୁନି ଦଳାଇଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଚିକିତ୍ସା ସହାୟତା ପାଇଁ ମାମୁନି ସାମାଜିକ ଗଣମାଧ୍ୟମରେ ନିବେଦନ କରିଥିଲେ। ଏହାର ସୁଯୋଗ ନେଇ ଅଭିଷେକ ବଳ ସହାୟତା କରିବେ ବୋଲି ଆଗେଇ ଆସିଥିଲେ।

author-image
Manoranjan Sial
Jajpur

Jajpur

୨୫ ଲକ୍ଷ ଟଙ୍କାର ଲୋଭ ଦେଖାଇ ୨୮,୫୦୦ ଟଙ୍କା ଠକି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ ଯାଜପୁରରୁ ଧରାପଡ଼ିଲା ମହାଠକ। ଗିରଫ ହୋଇଥିବା ଏହା ମହାଠକର ନାଁ ହେଉଛି ଅଭିଷେକ ବଳ।

Advertisment

ଗଜପତି ଜିଲ୍ଲା ମୋହନା ଥାନା ଢେକାସିନ୍ଧବା ଗାଁର ମାମୁନି ଦଳାଇଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଚିକିତ୍ସା ସହାୟତା ପାଇଁ ମାମୁନି ସାମାଜିକ ଗଣମାଧ୍ୟମରେ ନିବେଦନ କରିଥିଲେ। ଏହାର ସୁଯୋଗ ନେଇ ଅଭିଷେକ ବଳ ସହାୟତା କରିବେ ବୋଲି ଆଗେଇ ଆସିଥିଲେ। ଫୋନ୍‌ କରି ୨୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଇଥିଲେ। ଆଉ ମାମୁନି ତାଙ୍କ ଜାଲରେ ଫସି ଯାଇଥିଲେ। ସେ ମାମୁନିଙ୍କଠାରୁ ପ୍ରଥମେ ୭ ହଜାର ୫ ଶହ ଟଙ୍କା, ଇନକମ୍‌ ଟ୍ୟାକ୍ସ ବାବଦକୁ ୬ ହଜାର ଟଙ୍କା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ଠକି ନେଇଥିଲା। ସେ ମୋଟ୍‌ ୨୮ ହଜାର ୫୦୦ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା।

ମାମୁନି ଏନେଇ ମୋହନା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇପିସି ଧାରା ୪୧୯, ୪୨୦ ଏବଂ ଆଇଟି ଅକ୍ଟ ୬୬ସି ଓ ୬୭ଡିରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇଁ ପୁଲିସ୍‌ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଜମାଦେଇପୁର ଗାଁରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ବିରୋଧରେ ଗଜପତି ଜିଲ୍ଲା କାଶୀନଗର ଥାନାରେ ମଧ୍ୟ ମାମଲା ରହିଛି।

Advertisment

ରିପୋର୍ଟ-ମୋହନାରୁ ମିହିର ଜତି

Paralakhemundi Crime Jajpur Gajapati District