Advertisment

ରୋଗୀ ସହିତ ଆମ୍ୱୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ

ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ପୁଲିସ୍‌ ଆଜି ଯୋଡ଼ାଆମ୍ବ ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଯା’ଆସ କରୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ କରୁଥିଲା। ସେହି ସମୟରେ ଗୋଟିଏ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୭ କେଜି ଗଞ୍ଜେଇ ବାହାରିଥିଲା।

Ambulance

Ambulance

Advertisment

ରୋଗୀ ସହ ଆମ୍ୱୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ! ଆଜି ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ। ପୁଲିସ୍‌ ଆମ୍ୱୁଲାନ୍ସ ଡ୍ରାଇଭର ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ପୁଲିସ୍‌ ଆଜି ଯୋଡ଼ାଆମ୍ବ ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଯା’ଆସ କରୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ କରୁଥିଲା। ସେହି ସମୟରେ ଗୋଟିଏ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୭ କେଜି ଗଞ୍ଜେଇ ବାହାରିଥିଲା। ପୁଲିସ୍‌ ଏହି ମାମଲାରେ ଆମ୍ୱୁଲାନ୍ସ ଚାଳକ ଓ ଦୁଇ ଜଣ ରୋଗୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଅମ୍ୱୁଲାନ୍ସଟି ଢେଙ୍କାଆମ୍ବ ଗାଁରୁ ରୋଗୀ ଧରି ବ୍ରହ୍ମପୁର ଯାଉଥିବା ବେଳେ ପୁଲିସ୍ ହାବୁଡ଼ରେ ପଡ଼ିଛି। ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆମ୍ବୁଲାନ୍ସରେ ଥିବା ଗୁରୁତର ରୋଗୀଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ମୋହନାରୁ ମିହିର ଜତି

Paralakhemundi Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe