Advertisment

ଗଞ୍ଜେଇ ମାଫିଆକୁ ପିଛା କରୁଥିଲେ ଏସ୍‌ଆଇ, ଓଲଟି ପଡ଼ିଲା ଗାଡ଼ି

ଗଞ୍ଜେଇ ମାଫିଆକୁ ଧରିବାକୁ ପିଛା କରୁଥିବା ବେଳେ ବୁଲାଣିଆ ରାସ୍ତାରେ ଓଲଟି ପଡ଼ିଲା ପୁଲିସ ଭ୍ୟାନ୍‌

ଅଦ୍ୟତନ ହୋଇଛି
Police Van

Police Van

Advertisment

ଗଞ୍ଜେଇ ମାଫିଆକୁ ଧରିବାକୁ ପିଛା କରୁଥିବା ବେଳେ ବୁଲାଣିଆ ରାସ୍ତାରେ ଓଲଟିଲା ପୁଲିସ ଭ୍ୟାନ୍‌। ଦୁର୍ଘଟଣାରେ ମୋହନା ଥାନା ଏସ୍‌ଆଇ ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାକେଶପାଙ୍କା ନିକଟସ୍ଥ କ୍ରାଡ଼ିକୁପା ବୁଲାଣିଆ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମୋହନା ଥାନା ଏସ୍‌ଆଇ ଏଲ. ଭି. ପ୍ରସାଦ ଓ ତାଙ୍କ ଡ୍ରାଇଭରଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଏସ୍‌ଆଇଙ୍କ ଡାହାଣ ହାତ ଭାଙ୍ଗି ଯାଇଛି।

Advertisment

ଅନ୍ତରବାରୁ ବରମ୍ପୁରକୁ କାର୍‌ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ମୋହନା ଥାନା ଏସ୍‌ଆଇ କୌଣସି ସୂତ୍ରରୁ ଖବର ପାଇଥିଲେ। ଏନେଇ ରାକେଶପାଙ୍କା ନିକଟରେ ଆଜି ଛକି ରହିଥିଲେ। କାର୍‌ଟି ରାକେଶପାଙ୍କା ଦେଇ ଗଲାବେଳେ ତାକୁ ଅଟକାଇଥିଲେ। କାର୍‌ଟି ନ ଅଟକିବାରୁ ଏସ୍‌ଆଇ କାର୍‌ଟିକୁ ପିଛା କରିଥିଲେ। କ୍ରାଡ଼ିକୁପା ନିକଟରେ ବୁଲାଣି ରାସ୍ତାରେ ପୁଲିସ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଆଉ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲେ।

Police SIଆହତ ପୁଲିସ୍ ଏସ୍‌ଆଇ

ସ୍ଥାନୀୟ ଲୋକେ ପହଞ୍ଚି ଏସ୍‌ଆଇ ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏସ୍‌ଆଇଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୋହନା ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ପୁଲିସ ଭ୍ୟାନରେ କେବଳ ଏସ୍‌ଆଇ ଓ ଡ୍ରାଇଭର ଥିଲେ।

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe