Advertisment

୫ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା

ମୋହନା (ମିହିର ଯତି): ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଯାହା ଫଳରେ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ସିକୁଳିପଦର ପଞ୍ଚାୟତ ଉଲଣ୍ଡା ଗାଁରେ। ରାସ୍ତା ଭଲ ନ ଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଗାଁରୁ ପ୍ରାୟ ୫ କିଲୋମିଟର ଦୂର ଷ୍ଟ୍ରେଚରରେ ବୋହି ଆଣିବାକୁ ପଡିଲା। ଗାଁର ସୁନିଲା ଶବରଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସ […]

୫ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା

pregnant

Advertisment

ମୋହନା (ମିହିର ଯତି): ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଯାହା ଫଳରେ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ସିକୁଳିପଦର ପଞ୍ଚାୟତ ଉଲଣ୍ଡା ଗାଁରେ। ରାସ୍ତା ଭଲ ନ ଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଗାଁରୁ ପ୍ରାୟ ୫ କିଲୋମିଟର ଦୂର ଷ୍ଟ୍ରେଚରରେ ବୋହି ଆଣିବାକୁ ପଡିଲା।

Advertisment

ଗାଁର ସୁନିଲା ଶବରଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସ ଖବର ଦିଆଯାଇଥିଲା। କିନ୍ତୁ ରାସ୍ତା ଭଲ ଥିବାରୁ ଅଧାରାସ୍ତାରେ ଆମ୍ବୁଲାନ୍ସଟି ଅଟକି ରହିଯାଇଥିଲା। ଫଳରେ ୧୦୮ ଆବୁଲାନ୍ସର ଫାର୍ମାଶିଷ୍ଟ ବିଦ୍ୟାଧର ସାହୁ ଓ ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଷ୍ଟେଚରରେ ଅଣାଯାଇଥିଲା।

ଗର୍ଭବତୀ ମହିଳାଙ୍କୁ ଗାଁ ଠାରୁ ଉଲଣ୍ଡା ଛକ ଯାଏଁ ପ୍ରାୟ ୫ କିମି ଘାଟି ରାସ୍ତାରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ବର୍ତ୍ତମାନ ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe