/odisha-reporter/media/post_attachments/uploads/2021/08/paralakhemundi.jpg)
paralakhemundi
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପୁଣି ଶବକୁ ଅସମ୍ମାନ। ଆଉ ଏହାର କାରଣ ଖୋଦ ମୃତକଙ୍କ ସମ୍ପର୍କୀୟ। ସୁରକ୍ଷା କର୍ମୀ ନଥିବା ଦେଖି ଷ୍ଟ୍ରେଚରରେ ଶବ ଧରି ମେଡ଼ିକାଲରୁ ଫେରାର ହେଲେ ସଂପର୍କୀୟ।
ମଙ୍ଗଳବାର ରାତିରେ ଗଜପତି ଜିଲ୍ଲା ରାମଗିରିର କାର୍ତ୍ତିକ ବିଷୋୟୀ ନାମକ ଏକ ଯୁବକ ଗଛରୁ ପଡ଼ି ଗୁରୁତର ଅବସ୍ଥାରେ ପ୍ରଥମେ ରାମଗିରିରେ ପ୍ରାଥମିକ ଚିକିତ୍ସା ହେବା ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ରାତି ୧୧ଟାରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ଆହତ କାର୍ତ୍ତିକଙ୍କ ମୃତ୍ୟୁ ଘଟିଥିଲା।
ଡାକ୍ତର ଶବ ବ୍ୟବଚ୍ଛେଦ ପାଇଁ କହିଥିଲେ। ହେଲେ ବିଳମ୍ବିତ ରାତିରେ ମାତ୍ର ଜଣେ ସିକ୍ୟୁରିଟି ଗାର୍ଡ ଥିବାରୁ ସୁଯୋଗ ମିଳିବା ମାତ୍ରେ ବ୍ୟବଚ୍ଛେଦ ନକରି ମେଡ଼ିକାଲରୁ ଷ୍ଟ୍ରେଚରରେ ଶବ ଧରି ନେଇଯାଇଥିଲେ ସଂପର୍କୀୟ। ମେଡିକାଲରୁ କିଛି ବାଟ ନେଇ ରାସ୍ତା ପାର୍ଶ୍ୱ ନାଳ ଉପରେ ଶବକୁ ରଖିଥିଲେ।
ପରେ ଖବର ପାଇ ଅନ୍ୟାନ୍ୟ ମେଡିକାଲ ସୁରକ୍ଷା କର୍ମୀ ମାନେ ବିଳମ୍ବିତ ରାତିରେ ମହାପ୍ରୟାଣ ଗାଡ଼ି ଆଣି ପୁଣି ମେଡିକାଲକୁ ନେଇ ଶବକୁ ବ୍ୟବଚ୍ଛେଦ ଗୃହରେ ରଖିଥିଲେ। ସେମାନେ ନେଇଯାଉଥିବା ଷ୍ଟ୍ରେଚରକୁ ଆଣିଥିଲେ। ରାତିରେ ଡ୍ୟୁଟି କରୁଥିବା ଗାର୍ଡ ଏନେଇ ଶବ ଓ ଷ୍ଟ୍ରେଚର୍ ଜବରଦସ୍ତ ନେଇଥିବା ଲିଖିତ ଅଭିଯୋଗ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
