ସ୍ମୃତିରଞ୍ଜନ ପ୍ରଧାନ ଗଜପତିର ନୂଆ ଜିଲ୍ଲାପାଳ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଗଜପତି ଜିଲ୍ଲାପାଳ ତଥା ୨୦୧୫ ବ୍ୟାଚ୍ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗରେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

Loka Seva Bhavan

  • Published: Thursday, 22 June 2023
  • , Updated: 22 June 2023, 09:08 PM IST

ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ୨୦୧୨ ବ୍ୟାଚ୍ ଆଇଏଏସ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଶ୍ରୀ ପ୍ରଧାନ ଏବେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଗଜପତି ଜିଲ୍ଲାପାଳ ତଥା ୨୦୧୫ ବ୍ୟାଚ୍ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗରେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଗତ ଦୁଇ ସପ୍ତାହ ପୂର୍ବରୁ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ବଦଳି ଯୋଗୁ ଏହି ପଦବୀ ଖାଲି ପଡ଼ିଥିଲା । ସେହିପରି ଗଜପତି ଜିଲ୍ଲାପାଳ ଭାବେ ମତ୍ସ୍ୟ ନିର୍ଦ୍ଦେଶକ ୨୦୧୨ ବ୍ୟାଚ୍ ଆଇଏଏସ୍ ଶ୍ରୀ ପ୍ରଧାନଙ୍କୁ ବଦଳି କରାଯାଇଛି । ଶ୍ରୀ ପ୍ରଧାନ ଏବେ ଓଡ଼ିଶା ମତ୍ସ୍ୟ ବିହନ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

Related story