Advertisment

‘ସବୁବେଳେ ହସଖୁସିରେ ରହୁଥିଲା ମୋ’ ଝିଅ, ତା’ ମରିବା ବିଶ୍ୱାସ ହେଉନି’

ପାରଳାଖେମୁଣ୍ଡି ସହରର ବେତାଗୁଡା ଜବାହର ନବୋଦୟ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଆଜି ସକାଳେ ସନ୍ଦେହଜନକ ମୃତ୍ୟୁ ହୋଇଛି । ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ହଷ୍ଟେଲ ସିଡିରୁ ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଥିଲା ।

Student Death

Student Death

Advertisment

‘ମୋ ଝିଅ ଭଲ ପାଠ ପଢ଼ୁଥିଲା, ଭଲ ଗୀତ ବି ଗାଉଥିଲା । କୌଣସି କଥାରେ ତାର ଉଣା ନ ଥିଲା। ସବୁବେଳେ ହସଖୁସିରେ ରହୁଥିଲା। ହେଲେ ଆଜି ସକାଳୁ ସ୍କୁଲରୁ ଫୋନ୍‌ କରି ମୋ’ ଝିଅ ଆଉ ନାହିଁ ବୋଲି କହିଲେ। ମୋ’ ପାଦ ତଳୁ ମାଟି ଖସିଗଲା। ମୋ ଝିଅ ନିଜେ ଆତ୍ମହତ୍ୟା କରିଥିବା ଘଟଣାକୁ ବିଶ୍ୱାସ କରିପାରୁନି। ନିହାତି ଏହା ପଛରେ କିଛି ଷଡଯନ୍ତ୍ର ଅଛି। ’ ନିଜ ଝିଅକୁ ହରାଇ କୋହଭରା କଣ୍ଠରେ ଏପରି କହିଛନ୍ତି ଜଣେ ଅସହାୟ ବାପା।

Advertisment

ପାରଳାଖେମୁଣ୍ଡି ସହରର ବେତାଗୁଡା ଜବାହର ନବୋଦୟ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଆଜି ସକାଳେ ସନ୍ଦେହଜନକ ମୃତ୍ୟୁ ହୋଇଛି । ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ହଷ୍ଟେଲ ସିଡିରୁ ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଛାତ୍ରୀଙ୍କ ସହ ତାଙ୍କ ଭଉଣୀ ମଧ୍ୟ ସେହି ନବୋଦୟ ସ୍କୁଲରେ ପଢୁଥିଲେ। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ସନ୍ଦେହ କରିବା ସହ ଅଧିକ ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ମୃତକ ଜଣଙ୍କ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି ସ୍କୁଲ କର୍ତ୍ତପକ୍ଷ କହିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Advertisment

ଝିଅର ଅଚାନକ ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ସହଜେ ଗ୍ରହଣ କରିପାରୁ ନ ଥିବା ବେଳେ ଏହା ପଛେ କାହା ହାତ ଥିବା ଅଭିଯୋଗ କରିଛନ୍ତି। ଏପରିକି ଏନେଇ ସେମାନେ ଥାନାରେ ଏତଲା ଦେବେ ବୋଲି ବି କହିଛନ୍ତି।

Student Suicide Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe