Advertisment

ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି ଆକ୍ରମଣ ଓ ଭଙ୍ଗାରୁଜା

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି ଆକ୍ରମଣ ଏବଂ ଭଙ୍ଗାରୁଜା ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ସୁବାଷ ନଗରରେ ଘଟିଛି।  ଗତ ୩୧ତାରିଖରେ  ସୁବାଷନଗରର ଜଣେ ୧୫ ବର୍ଷୀୟ ନାବାଳିକା  ଅସୁସ୍ଥ ହୋଇପଡିଥିବା ବେଳେ ସେ ରାଜାରାଓ ନାଗବଂଶଙ୍କ ଘର ସମ୍ମୁଖକୁ ଯାଇ ଚିତ୍କାର କରିଥିଲା । ଫଳରେ ଲୋକେ ରାଜାରାଓଙ୍କ ପରିବାର ଗୁଣି କରି ନାବାଳିକାକୁ ହଇରାଣ କରୁଥିବା ସନ୍ଦେହ କରିଥିଲେ । ଏହାପରେ […]

ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି ଆକ୍ରମଣ ଓ ଭଙ୍ଗାରୁଜା

hiop

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗୁଣିଗାରେଡ଼ି ସନ୍ଦେହରେ ଘରେ ପଶି ଆକ୍ରମଣ ଏବଂ ଭଙ୍ଗାରୁଜା ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ସୁବାଷ ନଗରରେ ଘଟିଛି।  ଗତ ୩୧ତାରିଖରେ  ସୁବାଷନଗରର ଜଣେ ୧୫ ବର୍ଷୀୟ ନାବାଳିକା  ଅସୁସ୍ଥ ହୋଇପଡିଥିବା ବେଳେ ସେ ରାଜାରାଓ ନାଗବଂଶଙ୍କ ଘର ସମ୍ମୁଖକୁ ଯାଇ ଚିତ୍କାର କରିଥିଲା । ଫଳରେ ଲୋକେ ରାଜାରାଓଙ୍କ ପରିବାର ଗୁଣି କରି ନାବାଳିକାକୁ ହଇରାଣ କରୁଥିବା ସନ୍ଦେହ କରିଥିଲେ ।

Advertisment

ଏହାପରେ ବିଳମ୍ବିତ ରାତିରେ ସୁବାଷ ନଗରର ଲୋକେ ରାଜାରାଓଙ୍କ ଘରେ ପଶି ଆକ୍ରମଣ କରିବା ସହ ଘରର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ଉତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା ।  ନାବାଳିକାର ଏଭଳି ଅବସ୍ଥା ପାଇଁ ସାହିର ଲୋକେ ରାଜାରାଓଙ୍କ ପରିବାରକୁ ଦାୟୀ କରିଥିଲେ। ଘଟଣା ପରଠୁ ପୁଲିସ ସେଠାରେ ଉପସ୍ଥିତ ଥିଲା।  ହେଲେ ଆଜି ମଧ୍ୟାହ୍ନରେ ପୁଣି ସନ୍ଦେହ କରି ସାହି ଲୋକେ ରାଜା ରାଓଙ୍କ ଘରେ ପଶି ଟିଭି ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି।

ଖବର ପାଇ ପାରଳାଖେମୁଣ୍ଡି ଏସଡିପିଓ  ଓ ଏସପି ଦାୟିତ୍ଵରେ ଥିବା ବାମ ଦେବ ସିଂ ଓ ପୁଲିସ ଅଧିକାରୀ, ପୁଲିସ ଫୋର୍ସ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଥମିଥିଲେ।  ଗୁଣି ଗାରେଡ଼ି ଅଭିଯୋଗକୁ ନେଇ ମାମଲା ରୁଜ୍ଜୁ କରାଯାଇଥିବା ସହ ଆକ୍ରମଣ ହୋଇଥିବା ପରିବାରକୁ ସୁରକ୍ଷିତ ରଖିବା ସହ ତଦନ୍ତ ଚାଲିଥିବା କହିଛନ୍ତି ପାରଳାଖେମୁଣ୍ଡି ପୁଲିସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe