/odisha-reporter/media/post_attachments/uploadimage/library/16_9/16_9_0/Truck_1686758068.jpg)
Truck
ଭାରସାମ୍ୟ ହରାଇ ପ୍ରାୟ ୨୫ ଫୁଟ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ୍। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଦୁଇ ଡ୍ରାଇଭର। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଘଟିରେ ଆଜି ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
Advertisment
ଟ୍ରକଟି ଚାଉଳ ବୋଝେଇ କରି ହାଇଦ୍ରାବାଦରୁ ବ୍ରହ୍ମପୁର ଆସୁଥିଲା। ତେବେ ଟ୍ରକ୍ଟି ତପ୍ତପାଣି ଘାଟି ଅତିକ୍ରମ କରୁଥିବା ବେଳେ ବ୍ରେକ୍ ଫେଲ ହୋଇଯାଇଥିଲା। ଯେଉଁଥିପାଇଁ ଟ୍ରକ୍ଟି ଭାରସାମ୍ୟ ହରାଇ ଘାଟିର ବାମ ପଟକୁ ପ୍ରାୟ ୨୫ ତଳକୁ ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭିତରୁ ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର ମେଡ଼ିକାଲ୍ରେ ଭର୍ତ୍ତି କରିଛି। ସେମାନେ ହେଲେ ଝାଡ଼ଖଣ୍ଡର ମଜିଜ୍ ଆନସାରି ଓ ସାଉଦ ଆନସାରି।
ରିପୋର୍ଟ- ମୋହନାରୁ ମିହିର ଜତି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
