Advertisment

ଘାଟିରୁ ଖସିଲା ଅଟୋ: ୩ ମୃତ, ୭ ଗୁରୁତର

ଅଟୋରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୯ ଜଣ ଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ଏକ ଅଟୋ ଘାଟି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସିପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ସେରଙ୍ଗ ଥାନା କେରଡ଼ାଙ୍ଗ ଘାଟିରେ ଘଟିଛି ଏହି ଦୁର୍ଘଟଣା।

Advertisment

ଅଟୋରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୯ ଜଣ ଥିଲେ। ଅଟୋଟି କେରଡ଼ାଙ୍ଗରୁ ନୂଆଗଡ଼ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। 

ମୃତକମାନେ ହେଉଛନ୍ତି ବଡ଼ପଦା ଗାଁର ଡଲି କର, କୁଲେଶିଂ ଗାଁର ଲୁକ ମଣ୍ଡଳ ଓ ଜଲାଙ୍ଗ ଗାଁର ୯ ବର୍ଷର ବାଳକ ପ୍ରତ୍ୟୁଷ କାର୍ଜି। ଆହତମାନେ କେ.ବାରଡ଼ାଙ୍ଗ, ଜଲାଙ୍ଗ, ବଡ଼ପଡ଼ା ଓ ନୂଆଗଡ଼ ଗାଁର ବୋଲି ଜଣାପଡ଼ିଛି।  

Advertisment

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ପ୍ରଥମେ ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୫ ଜଣଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe