Advertisment

ହୋଲିରେ ଠାକୁରଙ୍କ ନଗର ପରିକ୍ରମା ବେଳେ ହେଲା ଅଣ୍ଡା ମାଡ଼

ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡପଦା ଗ୍ରାମରେ ଆଜି ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
group clash during Holi celebrations

group clash during Holi celebrations

Advertisment

ହୋଲିରେ ଠାକୁରଙ୍କୁ ଧରି ନଗର ପରିକ୍ରମା କରୁଥିବା ଲୋକଙ୍କ ଉପରେ ଅଣ୍ଡା ମାଡ଼। ଅଣ୍ଡା ମାଡ଼କୁ ନେଇ ଦୁଇ ଗୋଷ୍ଠୀ ଭିତରେ ହାତାହାତି ହୋଇଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡପଦା ଗ୍ରାମରେ ଆଜି ଏହି ଘଟଣା ଘଟିଛି। ଏହି ଘଟଣାକୁ ନେଇ ବଡପଦା ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ଫୋର୍ସ ମୁତୟନ ହୋଇଛି।

Advertisment

ଗୋଟିଏ ପକ୍ଷର ଅଭିଯୋଗ ମୁତାବକ, ବଡପଦା ଗ୍ରାମରେ ଆଜି ହୋଲି ଉତ୍ସବ ଚାଲିଥିବା ଅବସରରେ ଗ୍ରାମର କିଛି ଲୋକ ରାଧାକୃଷ୍ଣ ମନ୍ଦିରରୁ ବିଗ୍ରହ ଧରି ନଗର ପରିକ୍ରମା କରୁଥିଲେ। ଏହି ସମୟରେ କିଛି ବ୍ୟକ୍ତି ହଠାତ୍ ଆସି ଠାକୁରଙ୍କ ଉପରେ ଅଣ୍ଡାମାଡ କରିଥିଲେ। ତା’ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା।

ଏନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେପଟେ ଦୋଷୀକୁ ଗିରଫ କରିବା ଦାବିରେ ଦୁଇପକ୍ଷର ଲୋକେ ବଡପଦା ଦେଇ ଯାଇଥିବା ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡ଼ିମୋଟର ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ନୂଆଗଡ ତହସିଲଦାର ଓ ପୁଲିସ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତଦନ୍ତ କରି ଦୋଷୀ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ହଟିଥିଲେ।

Advertisment
group clash during Holi celebrationsହୋଲି ଉତ୍ସବ ବେଳେ ଆକ୍ରମଣକୁ ପ୍ରତିବାଦ ଜଣାଇ ରାସ୍ତା ଅବରୋଧ

ତେବେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପକ୍ଷରୁ ଏହି ଗାଁରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି। ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଏସ୍‌ପି ବାମଦେବ ସିଂ ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ସମାଧାନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି।

Holi Group Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe