Advertisment

ଜବର ଦଖଲରେ 5T ସ୍କୁଲ ଜମି, ଉଚ୍ଛେଦ ବେଳେ ତୀବ୍ର ବିରୋଧ

5Tରେ ଅନ୍ତର୍ଭୁକ୍ତ ହୋଇଛି ଦମାଦୁଆ ଫକିର ମୋହନ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ସେହି ଅର୍ଥରେ ପାଚେରୀ ନିର୍ମାଣ ପୂର୍ବରୁ ପ୍ରଶାସନ ବିଦ୍ୟାଳୟ ଜମି ଚିହ୍ନଟ କରିଥିଲା।

ଅଦ୍ୟତନ ହୋଇଛି
Mohana

Mohana

Advertisment

ଜବର ଦଖଲରେ ରହିଛି 5T ସ୍କୁଲ ଜମି। ପାଚେରୀ ନିର୍ମାଣ ପାଇଁ ସେହି ଜମିରୁ ଉଚ୍ଛେଦ ବେଳେ ଆଜି ବିରୋଧ କରାଯାଇଛି। ଜମି ଛାଡ଼ିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ଗାଁ ଲୋକେ। ଯେଉଁଥିପାଇଁ ମାପଚୁପ ବନ୍ଦ ରହିଛି। ଆଜି ଏପରି ଚିତ୍ର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରୁ।

Advertisment

5Tରେ ଅନ୍ତର୍ଭୁକ୍ତ ହୋଇଛି ଦମାଦୁଆ ଫକିର ମୋହନ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ସେହି ଅର୍ଥରେ ପାଚେରୀ ନିର୍ମାଣ ପୂର୍ବରୁ ପ୍ରଶାସନ ବିଦ୍ୟାଳୟ ଜମି ଚିହ୍ନଟ କରିଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଆରଆଇ, ଅମିନ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଓ ସ୍କୁଲ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଜମି ଚିହ୍ନଟ କରାଯାଉଥିଲା। ଯାହାକୁ କେତେକ ଗାଁ ଲୋକ ବିରୋଧ କରିଥିଲେ।

“ଆମ ଦଖଲରେ ଥିବା ଜମି ଆମେ ଛାଡ଼ିବୁ ନାହିଁ” ବୋଲି ଗାଁ ଲୋକେ ଜିଦରେ ଅଟଳ ରହିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯେଉଁଥିପାଇଁ ମାପଚୁପ ଅଧାରୁ ଅଟକି ଥିଲା। ତହସିଲଦାର ଓ ପୁଲିସ୍‌ ପ୍ରଶାସନ ଉପସ୍ଥିତିରେ ପରବର୍ତ୍ତୀ ସମୟରେ ଏହାର ସମାଧାନ କରାଯିବ ବୋଲି ଅଡବା ଆରଆଇ ଥବିର ପଣ୍ଡା କହିଛନ୍ତି।

Advertisment
Mohanaସ୍କୁଲ ଜମି ମାପଚୁପ ବେଳେ ଗାଁ ଲୋକେ ବିରୋଧ କରିଥିଲେ। ଯେଉଁଥିପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ଫକିର ମୋହନ ଉଚ୍ଚ ବିଦ୍ୟାଳୟ ୧୯୯୧ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହି ସମୟରେ ୫ ଏକର ଜମି ଯୋଗାଇ ଦେବା ପାଇଁ ବିଦ୍ୟାଳୟ ପରିଚାଳା କମିଟି ମୋହନା ତହସିଲ୍‌ରେ ଆବେଦନ କରିଥିଲେ। ଏଥିପାଇଁ ରାଜସ୍ୱ ବିଭାଗ ଗ୍ରୀନ୍‌ ସିଗନାଲ୍‌ ଦେଇଛି। ୧୯୯୪ ମସିହାରେ ୩ ଏକର ଜମିର ପଟା ହୋଇଥିଲା। କୌଣସି କାରଣରୁ ବାକି ଦୁଇ ଏକର ଜମି ପଟା ହୋଇପାରିନଥିଲା।

ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଜମିର ପଟା ହୋଇନଥିବାର ସୁଯୋଗ ନେଇ କେତେକ ଗାଁ ଲୋକେ ସେହି ଜମିକୁ ନିଜ ଅକ୍ତିଆରକୁ ନେଇ ଚାଷ କରିଥିଲେ। ସେହି ଜମିକୁ ସେମାନେ ଛାଡ଼ିବାକୁ ଚାହୁଁନାହାନ୍ତି। ଫକିର ମୋହନ ଉଚ୍ଚ ବିଦ୍ୟାଳୟ 5Tରେ ଅନ୍ତର୍ଭୁକ୍ତ ହେବା ପରେ ବିଦ୍ୟାଳୟ ପରିଚାଳନା ଉକ୍ତ ଜମିକୁ ଅକ୍ତିଆରକୁ ନେବା ପାଇଁ ଚାହୁଁଥିବା ବେଳେ କେତେକ ଗାଁ ଲୋକ ବିରୋଧ କରିଛନ୍ତି।

ରିପୋର୍ଟ- ମୋହନାରୁ ମିହିର ଜତି

Puri Gajapati School Mass Education Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe