Advertisment

ଗଛରେ ପିଟିହେଲା ବାଇକ୍‌; ମାଉସୀ ମୃତ, ପୁତୁରା ମେଡ଼ିକାଲ୍‌ରେ

କନ୍ଧମାଳ ଜିଲ୍ଲା ଦାଶୀଙ୍ଗବାଡି ଗାଁର ହେମନ୍ତି ନାୟକ ବୁଳିବା ପାଇଁ ନିଜ ଭଉଣୀ ଘର ଅଡବା ଥାନା ବୁଡୁଶୁଲା ଗାଁକୁ ଯାଇଥିଲେ। ଆଜି ଅପରାହ୍ନରେ ସେ ନିଜ ଭଉଣୀର ପୁଅ(ପୁତୁରା) ଜଳେନ୍ଦ୍ର ବଳିଆର ସିଂଙ୍କ ବାଇକ୍‌ରେ ବସି ଘରକୁ ଫେରୁଥିଲେ।

author-image
Manoranjan Sial
Bike Accident

Bike Accident

ମାଉସୀଙ୍କୁ ତାଙ୍କ ଘରେ ଛାଡ଼ିବାକୁ ବାଇକ୍‌ରେ ନେଉଥିଲେ ପୁତୁରା। ହେଲେ ଅଧା ରାସ୍ତାରେ ଦୁର୍ଘଟଣାରେ ସମ୍ମୁଖୀନ ହେଲା ବାଇକ୍‌। ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ବାଇକ୍‌। ଆଉ ଚାଲିଗଲା ମାଉସୀଙ୍କ ଜୀବନ। ମେଡ଼ିକାଲ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୁତୁରା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି।

Advertisment

କନ୍ଧମାଳ ଜିଲ୍ଲା ଦାଶୀଙ୍ଗବାଡି ଗାଁର ହେମନ୍ତି ନାୟକ ବୁଳିବା ପାଇଁ ନିଜ ଭଉଣୀ ଘର ଅଡବା ଥାନା ବୁଡୁଶୁଲା ଗାଁକୁ ଯାଇଥିଲେ। ଆଜି ଅପରାହ୍ନରେ ସେ ନିଜ ଭଉଣୀର ପୁଅ(ପୁତୁରା) ଜଳେନ୍ଦ୍ର ବଳିଆର ସିଂଙ୍କ ବାଇକ୍‌ରେ ବସି ଘରକୁ ଫେରୁଥିଲେ। ତେବେ ଦମାଦୁଆ ନିକଟକରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଉଭୟ ରକ୍ତାକ୍ତ ହୋଇ ରାସ୍ତାରେ ପଡ଼ିଥିଲେ।

ସେହି ରାସ୍ତା ଦେଇ ଯାଉଥିବା ବିରିକୋଟ ପୂର୍ବତନ ସରପଞ୍ଚ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଜ କାରରେ ଅଡବା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମୋହନା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମୋହନା ମେଡିକାଲରେ ହେମନ୍ତିଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ତେବେ ଜଳେନ୍ଦ୍ର ବଳିଆର ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେଠାରୁ ତାଙ୍କୁ ବ୍ରାହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ- ମୋହନାରୁ ମିହିର ଜତି

Accident Road Accident