Advertisment

କାକୁତି ମିନତି ଶୁଣିଲେନି, ନିଜ ଦେହରେ କିରାସିନି ଢାଳିଲେ ମହିଳା

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା କାଶୀନଗର ବ୍ଲକର ହାଡୁଭାଙ୍ଗି ଠାରେ ଜବର୍ ଦଖଲ ଉଚ୍ଛେଦ ବେଳେ ଅଘଟଣ ଘଟିଛି। ପାତର ଅନ୍ତର ନୀତିରେ କିଛି ଲୋକଙ୍କ ଦୋକାନ ଘର ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ସେହିପରି ଆଉ କିଛି ଲୋକଙ୍କ ଦୋକାନ ଭାଙ୍ଗି ନଥିବାରୁ ଜଣେ ବିଧବା ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳାଙ୍କ ନାଁ ହେଲେ ରେଣୁଆମ୍ମା। ସେ ନିଜ ଦେହରେ କିରାସିନି ଢାଳି ଆତ୍ମ ହୂତି ଦେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କାକୁତି ମିନତି ଶୁଣିଲେନି, ନିଜ ଦେହରେ କିରାସିନି ଢାଳିଲେ ମହିଳା

maxresdefault

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା କାଶୀନଗର ବ୍ଲକର ହାଡୁଭାଙ୍ଗି ଠାରେ ଜବର୍ ଦଖଲ ଉଚ୍ଛେଦ ବେଳେ ଅଘଟଣ ଘଟିଛି। ପାତର ଅନ୍ତର ନୀତିରେ କିଛି ଲୋକଙ୍କ ଦୋକାନ ଘର ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ସେହିପରି ଆଉ କିଛି ଲୋକଙ୍କ ଦୋକାନ ଭାଙ୍ଗି ନଥିବାରୁ ଜଣେ ବିଧବା ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳାଙ୍କ ନାଁ ହେଲେ ରେଣୁଆମ୍ମା। ସେ ନିଜ ଦେହରେ କିରାସିନି ଢାଳି ଆତ୍ମ ହୂତି ଦେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଶାସକ ଦଳର ଲୋକଙ୍କ ଦୋକାନ ଭାଙ୍ଗୁ ନଥିବା ବେଳେ ତାଙ୍କ ପରି ନିରୀହ ଲୋକଙ୍କ ଦୋକାନ ଭାଙ୍ଗି ଚୂରମାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଆଜି ଦିନତମାମ କାଶୀନଗର ବ୍ଲକର ହାଡୁଭାଙ୍ଗିରେ ଥିବା ସରକାରୀ ଜମିରେ ପାଖାପାଖି ୫୦ରୁ ଅଧିକ ଦୋକାନ ରହିଛି। ଏମାନେ ପାଖାପାଖି ୨୦ ବର୍ଷ ଧରି ସେଠାରେ ଦୋକାନ କରି ନିଜର ପେଟ ପୋଷିଆସୁଛନ୍ତି। ଦୋକାନ ଖାଲି କରିବାକୁ ପ୍ରଶାସନ ଦୁଇଦିନ ତଳେ ସେମାନଙ୍କୁ ନୋଟିସ୍ ପଠାଇଥିଲା। ଆଜି ପ୍ରଶାସନ ୫ ପ୍ଲାଟୁନ ପୁଲିସ୍ ସହ ସେଠାରେ ଜବର ଦଖଲ ଉଚ୍ଛେଦ କରିଥିଲା।

ତେବେ ଏହି ସମୟରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କାରଣ ଜବରଦଖଲ ଉଚ୍ଛେଦ ନକରିବାକୁ ଗତକାଲି ସ୍ଥାନୀୟ ଦୋକାନୀମାନେ ସମୟ ମାଗିଥିଲେ। ହେଲେ ପ୍ରଶାସନ ସେମାନଙ୍କୁ ସମୟ ନଦେଇ ଆଜି ହଠାତ୍ ଜବର ଦଖଲ ଉଚ୍ଛେଦ କରିଥିଲା। ଏହି ସମୟରେ ସେଠାରେ ଶାସକ ଦଳର କିଛି ନେତା ଡେରା ପକାଇଥିବା ଜଣାପଡ଼ିଛି।

Advertisment

ଆଜି ମାତ୍ର ୪ଟି ଦୋକାନ ଘର ଭଙ୍ଗା ଯାଇଥିଲା। ଏହାସହ କିଛି ଉଠାଦୋକାନୀ ଗୁଡ଼ିକ ମଧ୍ୟ ଭଙ୍ଗା ଯାଇଥିଲା। ତେବେ ଏହି ସମୟରେ ଜଣେ ବିଧବା ମହିଳା ନିଜ ଦୋକାନକୁ ନ ଭାଙ୍ଗିବା ପାଇଁ କାକୁତି ମିନତୀ କରିଥିଲେ। କିନ୍ତୁ ପ୍ରଶାସନ କିମ୍ବା ପୁଲିସ୍ ତାଙ୍କ ଗୁହାରି ଶୁଣିନଥିଲେ ଏବଂ ଜେସିବି ଲଗାଇ ମହିଳାଙ୍କ ଦୋକାନକୁ ଭାଙ୍ଗି ଦେଇଥିଲେ। ଯାହା ପରେ ମହିଳା ଜଣକ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ପୁଲିସ୍ ତାଙ୍କୁ କାବୁ କରିନେଇଥିଲା। ମହିଳା ଜଣକ ମଧ୍ୟ ଏହା ପଛରେ ଶାସକ ଦଳ ହାତ ଥିବା କହିଛନ୍ତି।